ପାଇକମାଲ-ଯେତେବେଳେ ହୋଲି ପର୍ବ ଆଗମନ ହୁଏ ସେତେବେଳେ ଛୁଆଠୁ ବୟସ ଲୋକଙ୍କ ମନରେ ମନେ ପଲାସ ଫୁଲ। ପଲସ ଫୁଲ ଦେଖିବାକୁ ବେଶ ଶୋଭାନୀୟ । ଗଛରେ ଫୁଲ ଅଙ୍ଗାର ଭଳି ଜଲୁଥିବାର ଦେଖାଯାଏ । ଏହି ଫୁଲ ଦେଖିବାକୁ ହଲଦିଆ,ଗାଢ଼ ନାରଙ୍ଗୀ ଓ ନାରଙ୍ଗୀ। ହୋଲି ପର୍ବ ଆସିଲେ ତା ପୂର୍ବଦିନ ଗାଁ ଗହଳିର ଯୁବକମାନେ ପଲାସ ଫୁଲ ସଂଗ୍ରହ କରି ନିଆଁରେ ସିଝାଇ ରଙ୍ଗ ତିଆରି କରି ହୋଲି ପର୍ବ ଦିନ ଖେଳୁଥିଲେ।

ସେ ସମୟର ପିଲାଙ୍କ ରଙ୍ଗ ତିଆରି ଆଉ ପୂର୍ବ ଭଳି ଦେଖାଯାଉନାହିଁ। ଏବେ କେମିକାଲ ରଙ୍ଗ ଆସୁଥିବାରୁ ଏବେ ବି ଗାଁ ଗହଳିରେ ଲୋକେ ପୁରୁଣା ପଦ୍ଧତି ଆପଣେଇଛନ୍ତି। ପଲସ ଗଛର ଫୁଲ ଔଷଧ ଗୁଣ ଅଛି ବୋଲି କୁହାଯାଏ। ଏହା ଚର୍ମରୋଗ ଭଳ ହୁଏ । ମାଣ୍ଡୋସିଲ ଅଞ୍ଚଳର ଭେରୁଆମୁଣ୍ଡା ଓ ଡୁଡୁକିଝରିଆ ମଧ୍ୟରେ ରାସ୍ତାରେ ଅନେକ ପଲାସ ଗଛ ଫୁଲ ଫୁଟି ଶୋଭାପାଉଛି।


