ନୂଆପଡା(ଡୋଲେଶ୍ଵର ବାଗ)-ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଉଦନ୍ତୀ ନଦୀ ତଟ ରେ ଅବସ୍ଥିତ ପତିଆଳପଡା ଗ୍ରାମରେ ଥିବା ଐତିହାସିକ ଶ୍ରୀ ଜଗନ୍ନାଥ ମନ୍ଦିରରେ ଶ୍ରୀଜିଉଁ ଙ୍କ ନବଯୌବନ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଉପାନ୍ତ ଅଞ୍ଚଳ ପାତିଆଳ ପଡା ରେ ଶ୍ରୀକ୍ଷେତ୍ର ଭଳି ଏଠାରେ ମଧ୍ୟ ବାର ମାସ ରେ ତେର ପର୍ବ ପାଳନ କରାଯାଇଥାଏ। ପ୍ରତ୍ୟେକ ବର୍ଷ ରେ ଶ୍ରଦ୍ଧାଲୁ ଙ୍କ ଭିଡ଼ ପରିଲକ୍ଷିତ ହୁଏ,ତେବେ ଏଠାକାର ରଥଯାତ୍ରା ଖୁବ ଉତ୍ସବ ମୁଖର ଓ ଆକର୍ଷଣୀୟ ହୋଇଥାଏ,ପାତିଆଳ ପଡା ର ରଥଯାତ୍ରା ଦେଖିବାକୁ ଶ୍ରଦ୍ଧାଳୁ ଙ୍କ ସମାଗମ ହୋଇଥାଏ, ତିନି ପ୍ରଭୁ ଜଗନ୍ନାଥ ବଳଭଦ୍ର ଓ ସୁଭଦ୍ରାଙ୍କୁ ଗୋଟିଏ ରଥରେ ଅଧିଷ୍ଠିତ କରାଇ ଭକ୍ତ ମାନେ ଗୁଣ୍ଡିଚା ମନ୍ଦିର ଆଡ଼କୁ ରଥ ଟାଣି ନିଅନ୍ତି।

ଉଭୟ ଗୁଣ୍ଡିଚା ଯାତ୍ରା ଏବଂ ବାହୁଡା଼ ଯାତ୍ରା ରେ ପଡୋଶୀ ଛତିଶଗଡ, ନବରଂବପୁର,କଳାହାଣ୍ଡି ଜିଲ୍ଲା ସମେତ ଅନେକ ଶ୍ରଦ୍ଧାଳୁ ସମାଗମ ହୋଇଥାନ୍ତି।ରଥଯାତ୍ରା ରେ ସଂକିର୍ତନ ଦଳ, ଘୁମୁରା ଦଳ ନିଜ ନିଜ ର କଳା ପରିବେଷଣ କରି ଦର୍ଶକ ଙ୍କୁ ବେଶ ଆକର୍ଷଣ କରିଥାନ୍ତି,ଗୁଣ୍ଡିଚା ଠାରୁ ବାହୁଡା଼ ଯାତ୍ରା ମଧ୍ୟରେ ଆଡ଼ପ ମଣ୍ଡପରେ ପ୍ରତ୍ୟେକ ଭଜନ ସମାରୋହ ଆୟୋଜିତ ହୋଇଥାଏ, ମନ୍ଦିର ପରିଚାଳନା କମିଟି ର ସଭାପତି ଶ୍ରୀଯୁକ୍ତ ଲଛମନ ବଞ୍ଜରା, ସମ୍ପାଦକ ଜଗନ୍ନାଥ ନାଗ, କୋଷାଧକ୍ଷ ଟଙ୍କଧର ବନ୍ଦୀଛୋର, ପୂଜକ ଶ୍ୟାମସୁନ୍ଦର ମାଝୀ, ବିରଞ୍ଚି କର, ଦୀନେଶ ତିୱାରୀ, ବିଜୟ ନାଗ, ପଦୁ ହାତୀ, ଗିରି ମାଝୀ, ଡମ୍ବରୁ ଧର ମାଝୀ, କ୍ଷମାଧର ନିଆଲ, ଦିଗାମ୍ବର ବାଗ, ଚମରୁ ହଂସ, କେଶବ ପାଣ୍ଡେ, ଜୟସିଂ ମାଝୀ, ତହସିଲ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ।


