Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିପଣ୍ତରା ଯୁବ ସମାଜର ଜିଲ୍ଲାସ୍ତରୀୟ ନୂଆଁଖାଇ ଭେଟ୍‌ ତଥା ବନ୍ଧୁ ମିଳନ ।

ପଣ୍ତରା ଯୁବ ସମାଜର ଜିଲ୍ଲାସ୍ତରୀୟ ନୂଆଁଖାଇ ଭେଟ୍‌ ତଥା ବନ୍ଧୁ ମିଳନ ।

ପଦ୍ମପୁର-ପଣ୍ଡରା ଯୁବ ସମାଜ ତରଫରୁ ବରଗଡ଼ ଜିଲ୍ଲା ସ୍ତରୀୟ ନୁଆଁଖାଇ ଭେଟ୍‌ ତଥା ବନ୍ଧୁ ମିଳନ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଭୋପାଲ୍‌ ବୁଡ଼େକ ସଭାପତିତ୍ୱ କରିଥିବା ବେଳେ ଭଗବାନ ମଲ୍ଲିକ ସଭା ସଂଯୋଜନା କରିଥିଲେ। ଏହି କାର୍ଯକ୍ରମରେ ସୋହେଲା କେନ୍ଦ୍ରର ସଭାପତି ପଞ୍ଚାନନ ଦଲପତ, ଅବସର ପ୍ରାପ୍ତ ସଂସ୍କୃତ ଶିକ୍ଷକ ସୁରେଶ ଚନ୍ଦ୍ର ଚୌହାନ, ମୀନକେତନ ସାହା ଅତିଥି ଭାବରେ ଯୋଗଦାନ କରିଥିଲେ। ଉକ୍ତ ବୈଠକରେ ଅନୁଷ୍ଠିତ ଆଲୋଚନା ଚକ୍ରରେ ପ୍ରାଧ୍ୟାପକ ରଘୁରାଜ ସିଂ ସେନାପତି ପଣ୍ଡରା ସମାଜର ଅତୀତ, ବର୍ତ୍ତମାନ ଓ ଭବିଷ୍ଯତ ବିଷୟରେ ଆଲୋକପାତ କରିଥିବା ବେଳେ, ଓଡ଼ିଶା କନିଷ୍ଠ ଶିକ୍ଷକ ସଂଘ ପୂର୍ବତନ ସଭାପତି ଶ୍ରୀକାନ୍ତ ବାରିକ ସାମାଜିକ ବିକାଶ ଦିଗରେ ଯୁବ ଗୋଷ୍ଠୀର ଭୂମିକା ବିଷୟରେ ନିଜର ମନ୍ତବ୍ୟ ରଖିଥିଲେ । ଅନ୍ୟତମ ଯୁବ ଆଲୋଚକ ଅଧ୍ଯାପକ ପୌଲସ୍ତ୍ୟ ସାହା ଶିକ୍ଷା,ସ୍ବାସ୍ଥ୍ୟ ଏବଂ ରାଜନୀତି କ୍ଷେତ୍ରରେ ପଣ୍ଡରା ସମାଜର ସ୍ଥିତି ଉପରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରିଥିଲେ।

ଏହି କାର୍ଯ୍ୟକ୍ରମରେ ବିକାଶ ସାହା, ଅକ୍ଷୟ ଚୌହାନ, ଧର୍ମେନ୍ଦ୍ର ସାହା,ବିଜୟ ଚୌହାନ,କୃଷ୍ଣ ସାହା,ପ୍ରକାଶ ବୁଡ଼େକ,ଶରତ ବଡ଼ଗୁଛିଆ, ଅନମୋଲ ଚୌହାନ, କ୍ଷୀରସାଗର ବୁଡ଼େକ, ମଣ୍ଟୁ ପାଣ୍ତେ, ଯତୀନ୍ଦ୍ର ଖମାରୀ, ବିକାଶ ଚୌହାନ, ରାଜେଶ ସାହା ପ୍ରମୂଖ ସହଯୋଗ କରିଥିଲେ। ଯୁବ ଅଧ୍ୟାପକ ଭଦ୍ରସେନ ସାହା, ଓଡ଼ିଆ ଅଧ୍ୟାପକ ସୁରେନ୍ଦ୍ର ସାହା, ଓଡ଼ିଶା ସରକାରଙ୍କ ସହକାରୀ ଆଇନ ନିର୍ଦ୍ଦେଶକ ଲୋକ ସମ୍ପର୍କ ବିଭାଗରେ କାର୍ଯ୍ୟରତ ବିପୁଳ କୁମାର ବାରିକ, ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଓଡ଼ିଆ ଶିକ୍ଷକ ନିରଞ୍ଜନ ଖମାରୀ, ବରଗଡ଼ ଜିଲ୍ଲା ଡ୍ରାଇଭର ସଂଘର ସଭାପତି ନୀଳାମ୍ବର ସାହା, ଯୁବ ନାଟ୍ୟକାର ତଥା ଶିକ୍ଷକ ୟାମିନୀ ରଞ୍ଜନ ସାହା, ବିଶିଷ୍ଟ ବ୍ୟବସାୟୀ ଦୁର୍ଯୋଧନ ବାରିକ, ଯୁବ ଅଧ୍ୟାପକ ବିକାଶ ସାହା, ଗଙ୍ଗାଧର ମେହେର ମେଗା ପ୍ରକଳ୍ପର ସହକାରୀ କାର୍ଯ୍ୟନିର୍ବାହୀ ଅଧିକାରୀ ବଳିଷ୍ଠ ସାହା ତଥା ବରଗଡ଼ ଜିଲ୍ଲାର ପ୍ରତ୍ୟେକ କେନ୍ଦ୍ରରୁ ଅନେକ ଯୁବ ବନ୍ଧୁମାନେ ଉପସ୍ଥିତ ଥିଲେ। ପରିଶେଷରେ ଯୁବ ଅଧ୍ୟାପକ ଶାନ୍ତୁନୁ କୁମାର ବିଶି ଧନ୍ୟବାଦ ଅର୍ପଣ କରିଥିଲେ।

error: Content is protected !!