Sunday, November 24, 2024
spot_imgspot_imgspot_img
Homeରାଜନୀତିପଡ଼ିଶା ରାଜ୍ୟର ଚାଲ ଓଡ଼ିଶାରେ ଚଲିବ ନାହିଁ : ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ।

ପଡ଼ିଶା ରାଜ୍ୟର ଚାଲ ଓଡ଼ିଶାରେ ଚଲିବ ନାହିଁ : ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ।

ଝାରବନ୍ଧରେ ବ୍ଲକସ୍ତରୀୟ ଆଦିବାସୀ ସମାବେଶ ଯୋଗ ଦେଲେ ବିଧାୟିକା ପ୍ରାର୍ଥୀନୀ ବର୍ଷା ସିଂ ବରିହା, ସଂସାଦ ପ୍ରାର୍ଥୀନୀ ପରିଣିତା ମିଶ୍ର ଓ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ।

ପଦ୍ମପୁର-ପଦ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଝାରବ ନ୍ଧଠାରେ ଜିଲ୍ଲା ଆଦିବାସୀ ସଂଘର ବ୍ଳକସ୍ତରୀୟ ଆଦିବାସୀ ସମାବେଶ ଅନୁଷ୍ଠିତ ହୋଇଯାଇଛି। ରାଜେନ୍ଦ୍ର ରାଉତଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସମାବେଶରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ବିଜେଡିର ବରଗଡ଼ ସାଂସଦ ପ୍ରାର୍ଥୀ ପରିଣୀତା ମିଶ୍ର, ବିଜେଡିର ପଦ୍ମପୁର ବିଧାୟିକ ପ୍ରାର୍ଥୀ ବର୍ଷା ସିଂ ବରିହା, ରାଜ୍ଯ ସମ୍ପାଦକ ରାଜୁ ଘିବେଲା,ସର୍ବଭାରତୀୟ ବିନ୍ଧ୍ୟବାସିନୀ ବିଂଝାଲ ସମାଜ ଲାଟ ସଭାପତି ହୃଷିକେଶ ବରିହା ପ୍ରମୁଖ ମଞ୍ଚାସୀନ ଥିଲେ। ଏଥିରେ ଆଦିବାସୀ ମାନଙ୍କ ବିକାଶ ପାଇଁ ନବୀନ ସରକାର କାର୍ଯ୍ୟକାରୀ କରିଥିବା ବିଭନ୍ନ ଯୋଜନା ଓ କାର୍ଯ୍ୟକ୍ରମ ଯଥା ସ୍ବତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦଗଠନ, ରାଜଧାନୀରେ ଆଦିବାସୀ ଭବନ ନିର୍ମାଣ ପାଇଁ ଶହେ କୋଟି ଟଙ୍କା ପ୍ରଦାନ, ଆଦିବାସୀ ଛାତ୍ରଛାତ୍ରୀ ମାନଙ୍କ ଷ୍ଟାଇପେଣ୍ଡ ବୃଦ୍ଧି, ଜଙ୍ଗଳ ଜାତ ଦ୍ରବ୍ୟ ବିକ୍ରୟ ପାଇଁ ଏମଏସପି ପ୍ରଦାନ, ୮ଲକ୍ଷ କେନ୍ଦୁପତ୍ର ତୋଳାଳିଙ୍କୁ ବୋନସ ପ୍ରଭୃତି ସହ ନିମ୍ନବର୍ଗର ଜନସାଧାରଣଙ୍କ ପାଇଁ କାଳିଆ ଓ ବଳିଆ ଯୋଜନାରେ କୃଷକ ଏବଂ ବୁଣାକାଙ୍କୁ ପ୍ରୋତ୍ସାହନ ରାଶି ସହ ବିନା ସୁଧରେ ଋଣ, ନିର୍ମାଣ ଶ୍ରମିକ ସୁରକ୍ଷାପାଇଁ ଆର୍ଥିକ ସହାୟତା, ମମତା ଯୋଜନାରେ ଗର୍ଭବତୀ ମହିଳାଙ୍କୁ ସହାୟତା, ଗାଁ କୁ ସଡ଼କ, ବିଜୁଳି, ପାଣି ସୁବିଧା ପ୍ରଭୃତି ସମ୍ପର୍କରେ ସାଂସଦ ଶ୍ରୀ ବିଶି ଆଲୋକପାତ କରିଥିଲେ। ଓଡିଶାର ୬୪ଟି ଆଦିବାସୀ ସମ୍ପ୍ରଦାୟ ତଥା ଏକ କୋଟିରୁ ଅଧିକ ଆଦିବାସୀଙ୍କ କଲ୍ୟାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ଠାର ସହିତ କାର୍ଯ୍ୟ କରୁଛନ୍ତି। ତେଣୁ ଷଷ୍ଠ ଥର ପାଇଁ ନବୀନ ପଟ୍ଟନାୟକ ଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ଶ୍ରୀ ବିଶି ଉପସ୍ଥିତ ଆଦିବାସୀ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ। ସମାବେଶରେ ଝାରବନ୍ଧ ବ୍ଲକର ବିଂଝାଲ, ସହରା, ଗଣ୍ଡ, କନ୍ଧ, ଦଳ, ମିଦ୍ଧା ଓ କୁଡା ପ୍ରଭୃତି ଆଦିବାସୀ ସଂପ୍ରଦାୟର ବହୁସଂଖ୍ୟକ ଜନସାଧାରଣ ଉପସ୍ଥିତ ଥିଲେ।

error: Content is protected !!