ପଦ୍ମପୁର-ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକର ୨୨ ଗୋଟି ପଞ୍ଚାୟତର ସମସ୍ତ ପଞ୍ଚାୟତ ସ୍ତରୀୟ ଇସି ସଂଘ ଗଠନ କରା ଯାଇଥିଲା। ହେଲେ ସଂଘର ଅଜାଣତରେ ପଞ୍ଚାୟତ ସ୍ତରୀୟ ଇସି ସଂଘ ଗଠନ କରାଯାଇଥିବା ବେଳେ ତାକୁ ପୁନଃଗଠନ କରିବା ନେଇ ଆଜି ଶତାଧିକ ଇସି ସଂଘର ଶତାଧିକ ସଦସ୍ୟା ମାନେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କୁ ଲିଖିତ ଦାବୀପତ୍ର ପ୍ରଦାନ କରିଥିଲେ। ଲିଖିତ ଅଭିଯୋଗ ଅନୁସାରେ ବ୍ଳକର ୨୨ ଗୋଟି ପଞ୍ଚାୟତକୁ ନେଇ ପୂର୍ବରୁ ଇସି ସଂଘ ଗଠନ କରାଯାଇଥିଲା।

ଇସି ସଂଘ ର ସୁପାରିଶ କ୍ରମେ ସିଆରପି , ଏମ୍ ବି କେ କୃଷିମିତ୍ର,ପ୍ରାଣିମିତ୍ର , ବ୍ୟାଙ୍କମିତ୍ର ମାନଙ୍କୁ ନିଯୁକ୍ତି ଦେଇଥିଲେ। ହେଲେ ପୂର୍ବର ଗଠିତ ପଞ୍ଚାୟତ ସ୍ତରୀୟ ଇସି ସଂଘ ର ଅନୁପସ୍ଥିତ ରେ ନୂତନ ଇସି ଗଠନ କରାଯାଇଥିବା ସେମାନେ ଅଭିଯୋଗ କରିଛନ୍ତି। ପ୍ରକାଶ ଯେ, ଯଦି ସରକାର ପୁନଃ ଗଠନ କରିଛନ୍ତି ତାହାହେଲେ ସମସ୍ତ ସଂଘ କୁ ଭାଙ୍ଗି ଦିଆଯାଇ ନୂତନ ଭାବେ ଗଠନ କରାଯାଉ ବୋଲି ଦାବୀ କରିଛନ୍ତି। ଦାବୀ ପତ୍ର ପ୍ରଦାନ ସମୟରେ ଜ୍ୟୋତ୍ସ୍ନା ସାହୁ,କ୍ଷିରୋଦିନୀ ସାହୁ,ବୀଣା ପ୍ରଧାନ, ସୁମିତ୍ରା ଭୋଇ, ସୂର୍ଯ୍ୟକାନ୍ତି ପଟେଲ,ଦୀପାଞ୍ଜଳୀ ଲୁହାରଙ୍କ ସହ ସଂଘର ଶତାଧିକ ସଦସ୍ୟା ଉପସ୍ଥିତ ଥିଲେ।



