ଗାଇସିଲାଟ-ପଞ୍ଚାୟତ ସମିତି ମହାବିଦ୍ୟାଳୟ, ଗାଇସିଲାଟରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼.ଜୟକେତନ ତ୍ରିପାଠୀ ଉପସ୍ଥିତିରେ ବନମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜାତୀୟ ସେବା ସଂସ୍ଥା (NSS) ଓ ୟୁଥ ରେଡକ୍ରସର ମିଳିତ ଉଦ୍ୟମରେ ହେମନ୍ତ କୁମାର ପଣ୍ଡା, ୟୁଥ ରେଡକ୍ରସ କାଉନସେଲର (କ) ଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ମହାବିଦ୍ୟାଳୟ ପରିସରରେ ବୃକ୍ଷରୋପଣ ଏହି କାର୍ଯ୍ୟକ୍ରମ ହୋଇଥିଲା ।

ମହାବିଦ୍ୟାଳୟର ପ୍ରାଧ୍ୟାପକ ମନୋଜ କୁମାର ପଣ୍ଡା, ପ୍ରଦୀପ କୁମାର ପଧାନ, ଅଧ୍ୟାପକ ତଥା NSS ପ୍ରୋଗ୍ରାମ ଅଫିସର ମାନସ କୁମାର ଦାଶ, ଅଧ୍ୟାପିକା ପ୍ରତୀକ୍ଷା ଡନସନା, ଝରଣା ସାହୁ , ବୀଣାପାଣି ତାଣ୍ଡି , ନମିତା ସାହୁ, ସଙ୍ଘମିତ୍ରା ସାହୁ , ପ୍ରାଧ୍ୟାପକ ନାରାୟଣ ମିଶ୍ର , ଉମାକାନ୍ତ ସାହୁ ଅଧ୍ୟାପକ ବାଚସ୍ପତି ପଧାନ ଉପସ୍ଥିତ ଥିଲେ ।

ଜିଲ୍ଲା ୟୁଥ ରେଡକ୍ରସ ସଂଯୋଜକ ଶ୍ରୀଯୁକ୍ତ ପରମାନନ୍ଦ ରଥ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ସାଂପ୍ରତିକ ପରିସ୍ଥିତିରେ ଗଛ ଲଗାଇବାର ଆବଶ୍ୟକତା ଉପରେ ଗୁରୁତ୍ଵାରୋପ କରିଥିଲେ । ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମରେ ୧୫୦ ଗୋଟି ଚାରା ର ସଫଳ ରୋପଣ କରାଯାଇଅଛି ।




