ଗାଇସିଲାଟ-ପଞ୍ଚାୟତ ସମିତି ମହାବିଦ୍ୟାଳୟ, ଗାଇସିଲାଟ ଠାରେ ଯୁକ୍ତ ତିନି ଛାତ୍ରୀ ମାନଙ୍କ ଆତ୍ମସୁରକ୍ଷା ତାଲିମ ଶିବିର ଉଦଯାପିତ ହୋଇଯାଇଛି । ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ. ଜୟକେତନ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଅଧ୍ୟାପିକା ସୁଶ୍ରୀ ରାକ୍ଷୀ ମେହେରଙ୍କ ସଂଯୋଜନାରେ ଉକ୍ତ ସଭା ପରିଚାଳିତ ହୋଇଥିଲା । ପ୍ରାଧ୍ୟାପକ ନାରାୟଣ ମିଶ୍ର ନାରୀ ସଶକ୍ତିକରଣ ଉପରେ ଆଲୋକପାତ କରିଥିବା ବେଳେ ଏହି ଅବସରରେ ଖେଳ ଶିକ୍ଷକ ହେମନ୍ତ କୁମାର ପଣ୍ଡାଙ୍କ ରଚିତ ଓ ନିର୍ଦ୍ଦେଶିତ

“ମୁଇଁ ଗାଇସିଲେଟ କଲେଜ ଝିଅ ” ନାଟକ ଛାତ୍ରୀମାନଙ୍କ ଦ୍ୱାରା ପରିବେଷିତ ହୋଇଥିଲା । ମାଷ୍ଟର ଟ୍ରେନର ମାଧବୀ ସାହୁ ଦୀର୍ଘ ଆଠ ଦିନ ଧରି ତାଲିମ ଦେଇଥିଲେ । ମହାବିଦ୍ୟାଳୟ ର ପ୍ରାଧ୍ୟାପକ ପ୍ରଦୀପ କୁମାର ପଧାନ, ଉମାକାନ୍ତ ସାହୁ ଙ୍କ ସହ ଅନ୍ୟ ଅଧ୍ୟାପକ, ଅଧ୍ୟାପିକା ଯୋଗଦେଇଥିଲେ । ଶେଷରେ ଆତ୍ମସୁରକ୍ଷା ତାଲିମ କାର୍ଯ୍ୟକ୍ରମର ସଂଯୋଜିକା ସୁଶ୍ରୀ ବୀଣାପାଣି ଧନ୍ୟବାଦ ଅର୍ପଣ କରିଥିଲେ ।


