Tuesday, April 22, 2025
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିପଞ୍ଚାୟତ ସମିତି ମହାବିଦ୍ୟାଳୟର ପ୍ରତିଷ୍ଠା ଦିବସ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ।

ପଞ୍ଚାୟତ ସମିତି ମହାବିଦ୍ୟାଳୟର ପ୍ରତିଷ୍ଠା ଦିବସ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ।

ଗାଇସିଲାଟ-ପଞ୍ଚାୟତ ସମିତି ମହାବିଦ୍ୟାଳୟ ଗାଇସିଲାଟ ଆସନ୍ତା ୩୧ ତାରିଖ ତାର ପ୍ରତିଷ୍ଠା ଦିବସ ପାଳନ କରିବାକୁ ଯାଉଛି। ଏଥିପାଇଁ ମହାବିଦ୍ୟାଳୟ ର ଅଧ୍ଯକ୍ଷ ଜୟକେତ ତ୍ରିପାଠୀ ଙ୍କ ଅଧ୍ଯକ୍ଷତାରେ ଏକ ପ୍ରସ୍ତୁତି ବୈଠକ ହୋଇ ଥିଲା। ଏହି ବୈଠକରେ ପ୍ରତିଷ୍ଠା ଦିବସ ପାଳନର ରୂପରେଖ ସମ୍ପର୍କ ରେ ବିସ୍ତୃତ ଆଲୋଚନା ହୋଇଥିଲା।

ମୁଖ୍ଯ ଅତିଥି ସମ୍ମାନିତ ଅତିଥି ଓ ବକ୍ତା ମାନଙ୍କୁ ନିମନ୍ତ୍ରଣ ଓ ଅଞ୍ଚଳର ସମସ୍ତ ଗ୍ରାମର ମୁଖ୍ଯ ମାନଙ୍କୁ ନିମନ୍ତ୍ରଣ ସହ ୨ଟି ଫଳକ ଯଥାକ୍ରମେ ପ୍ରତିଷ୍ଠାତା ଓ ଭୂମିଦାନ କରିଥିବା ବଦାନ୍ଯ ବ୍ଯକ୍ତି ଙ୍କ ନାମ ଉଲ୍ଲେଖ କରିବା ପାଇଁ ପ୍ରସ୍ତାବ ଗ୍ରୁହିତ କରାଗଲା । ଆଗକୁ ଏହି କାର୍ଯ୍ୟକ୍ରମ ସୁରୁଖୁରୁରେ ଓ ସୁନ୍ଦର ଭାବରେ ଏହି ପ୍ରତିଷ୍ଠା ଦିବସ ପାଳନ କାର୍ଯ୍ୟ ଆଗେଇ ନେବା ପାଇଁ ଅଧ୍ଯକ୍ଷ ଙ୍କୁ ଦାୟିତ୍ୱ ପ୍ରଦାନ କରାଗଲା।

ଉକ୍ତ ସଭାରେ ପ୍ରତିଷ୍ଠାତା ସଦସ୍ଯ ଆର୍ତ୍ତତ୍ରାଣ ଯୋଷୀ, ଅମ୍ବିକା ପ୍ରସାଦ ତ୍ରିବେଦୀ,ସୁନିଲ କୁମାର ପଣ୍ଡା,ରବିନ୍ଦ୍ର ପଣ୍ଡା, ବ୍ଲକ ଅଧ୍ଯକ୍ଷ ପ୍ରଣୟ କୁମାର ସାହୁ,ଶରତ ଚନ୍ଦ୍ର କାଲୋ, ମଦନ ଦିପ୍, ୟୁଥ୍ କ୍ଲବ୍ ସଭାପତି ରଞ୍ଜନ କୁମାର ପଣ୍ଡା, ପ୍ରାଧ୍ୟାପକ ମନୋଜ କୁମାର ପଣ୍ଡା, ଉମାକାନ୍ତ ସାହୁ, ହେମନ୍ତ କୁମାର ପଣ୍ଡା, ଉପସ୍ଥିତ ଥିଲେ। ପରିଶେଷରେ ଷ୍ଟାଫ୍ କାଉନସିଲ୍ ସେକ୍ରେଟାରୀ ଅଧ୍ଯାପକ ବାଚସ୍ପତି ପଧାନ ଧନ୍ଯବାଦ ଅର୍ପଣ କରିଥିଲେ।

error: Content is protected !!