ଗାଇସିଲେଟ-ପଞ୍ଚାୟତ ସମିତି ମହାବିଦ୍ୟାଳୟ, ଗାଇସିଲେଟର ଏଗାର ନମ୍ବର ପ୍ରକୋଷ୍ଠରେ ଅଧ୍ୟକ୍ଷ ଡ଼ ଜୟକେତନ ତ୍ରିପାଠୀଙ୍କ ସଭାପତିତ୍ବରେ ଓଜୋନ୍ ଦିବସ ପାଳନ କରାଯାଇଥିଲା। ଅଧ୍ୟକ୍ଷ ଡ଼ ତ୍ରିପାଠୀ ଓଜୋନ ଦିବସର ମହତ୍ତ୍ଵ ପ୍ରତିପାଦନ କରିଥଲେ। ଭୂଗୋଳ ଅଧ୍ୟାପକ ନିଗମାନନ୍ଦ ପୃଷ୍ଟି ବାୟୁମଣ୍ଡଳର ଓଜୋନ ସ୍ତରର ଉପକାରିତା ଏଵଂ ସୂର୍ଯ୍ୟରୁ ଆସୁଥିବା ଅଲ୍ଟ୍ରାଭାୟୋଲେଟ୍ ରଶ୍ମିର ପ୍ରବେଶକୁ କିପରି ଏହା ପ୍ରତିରୋଧ କରେ ତାହା ବର୍ଣ୍ଣନା କରିବା ସହ ଓଜୋନ ସ୍ତରର ହ୍ରାସରୁ ରକ୍ଷା କରିବାର ଆବଶ୍ୟକତା ଓଜୋନ ସ୍ତର ହ୍ରାସର କ୍ଷତିକାରକ ପ୍ରଭାବ, ଯେପରିକି ବିଶ୍ୱ ଉଷ୍ଣତା, ଚର୍ମ ରୋଗ ଏବଂ ଜଳବାୟୁ ପରିବର୍ତ୍ତନ ଉପରେ ଗୁରୁତ୍ୱାରୋପ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଅଧ୍ୟାପକ ବିଶ୍ଵନାଥ ସାହୁ ଓ ଖେଳ ଶିକ୍ଷକ ହେମନ୍ତ କୁମାର ପଣ୍ଡା ତଥା ସମସ୍ତ ଅଧ୍ୟାପକ ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ। ଶେଷରେ ରାଜନୀତି ବିଭାଗର ଅଧ୍ୟାପକ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।



