ଗାଇସିଲାଟ– ପଞ୍ଚାୟତ ସମିତି ମହାବିଦ୍ୟାଳୟ,ଗାଇସିଲାଟ ଠାରେ ଗଙ୍ଗାଧର ମେହେରଙ୍କ ୧୬୪ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି ।ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଜୟକେତନ ତ୍ରିପାଠୀଙ୍କ ସଭାପତିତ୍ଵରେ ଉକ୍ତ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଥିଲା । ଖେଳ ଶିକ୍ଷକ ହେମନ୍ତ କୁମାର ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଛାତ୍ରୀ ମାନଙ୍କ ଦ୍ଵାରା ପ୍ରାରମ୍ଭିକ ସଙ୍ଗୀତ ଗାନ ପରେ ସଭାକାର୍ଯ୍ୟ ଆରମ୍ଭ କରଯାଇଥିଲା । ଅନୁଷ୍ଠିତ ସଭାରେ ପ୍ରାଧ୍ୟାପକ ନାରାୟଣ ମିଶ୍ର ମଞ୍ଚ ସଂଯୋଜନା କରିଥିବା ବେଳେ ଅଧ୍ୟାପକ ଅରବିନ୍ଦ ପଧାନ ଅତିଥି ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଭାବରେ ବିଡିଓ ଭୀଷ୍ମଦେବ ମାଝୀ ଯୋଗଦେଇ ଗଙ୍ଗାଧର ସାହିତ୍ୟ ସମ୍ପର୍କରେ ଉପରେ ଆଲୋକପାତ କରିଥିଲେ ।

ଡିଏଭି ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡ. ଛାୟାକାନ୍ତ ଷଡଙ୍ଗୀ ମୁଖ୍ୟବକ୍ତା ଭାବରେ ଯୋଗଦେଇ ସାଂପ୍ରତିକ ସାହିତ୍ୟରେ ଗଙ୍ଗାଧରୀୟ ପ୍ରଭାବ ଉପରେ ବକ୍ତବ୍ୟ ରଖିଥିଲେ । ପୁରସ୍କାର ବିତରଣ କାର୍ଯ୍ୟକ୍ରମକୁ ଅଧ୍ୟାପକ ବିଶ୍ଵନାଥ ବାଙ୍କ ଓ ଅଧ୍ୟାପିକା ପୂର୍ଣ୍ଣିମା ହରିପାଲ ପରିଚାଳନା କରିଥିଲେ । ଅଧ୍ୟାପିକା ବୀଣାପାଣି ତାଣ୍ଡି, ସଞ୍ଜିତା ମିଶ୍ର, ପିଙ୍କି ରଥ, ପ୍ରତୀକ୍ଷା ଡନସନା, ସୋନାଳିକା ସାହୁ ତଥା ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, କର୍ମଚାରୀ ବୃନ୍ଦ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ ମଣ୍ଡିତ କରିଥିଲେ । ପରିଶେଷରେ ଅଧ୍ୟାପିକା ବୀଣାପାଣି ତାଣ୍ଡି ଧନ୍ୟବାଦ ଅର୍ପଣ କରିଥିଲେ ।



