ଗାଇସିଲାଟ-ପଞ୍ଚାୟତ ସମିତି ମହାବିଦ୍ୟାଳୟ, ଗାଇସିଲାଟ ଠାରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ. ଜୟକେତନ ତ୍ରିପାଠୀଙ୍କ ସଭାପତିତ୍ୱରେ ଉକ୍ତ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଥିଲା । ଅନୁଷ୍ଠିତ ସଭାରେ ଖେଳ ଶିକ୍ଷକ ହେମନ୍ତ କୁମାର ପଣ୍ଡା ଅତିଥି ପରିଚୟ ପ୍ରଦାନ କରି ଛାତ୍ରଛାତ୍ରୀଙ୍କୁ ଯୋଗ ସମ୍ପର୍କରେ ଉଦବୋଧନ ଦେଇଥିଲେ । ମୁଖ୍ୟ ଅତିଥ୍ ଭାବରେ ମହାବିଦ୍ୟାଳୟର ପୂର୍ବତନ ଅଧ୍ଯକ୍ଷ ପ୍ରଶାନ୍ତ କୁମାର ସାହୁ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ ।
ଆୟୋଜିତ କାର୍ଯ୍ୟକ୍ରମରେ ପ୍ରାଣାୟମ, ଧ୍ୟାନ ଓ ଯୋଗଭାସ ସହ ମନ୍ତ୍ର ପାଠ କରାଯାଇଥିଲା । ଯୋଗଗୁରୁ ଶ୍ରୀଯୁକ୍ତ ଗୋପାଳ ପୋଢ ଛାତ୍ରଛାତ୍ରୀମାନଙ୍କୁ ଭିନ୍ନଭିନ୍ନ ଯୋଗର ପ୍ରଣାଳୀ ସହ ବ୍ୟବହାରିକ ଶିକ୍ଷଣୀୟ ଜ୍ଞାନ ପ୍ରଦାନ କରିଥିଲେ । ଉଭୟ ଛାତ୍ରଛାତ୍ରୀ ଓ କର୍ମଚାରୀ ସୁସ୍ଥ ଜୀବନ ପାଇଁ ପ୍ରତିଦିନ ଯୋଗ ଓ ପ୍ରାଣାୟମ କରିବାନେଇ ଶପଥ ପାଠ କରିଥିଲେ ।
ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟାପକ ଲକ୍ଷ୍ମୀକାନ୍ତ ଷଡଙ୍ଗୀ, ଅରୁଣ କୁମାର ମୁନା, ସୁନୀଲ କୁମାର ପାଣିଗ୍ରାହୀ, ଅଧ୍ୟାପିକା ପ୍ରତୀକ୍ଷା ଡନସନା ତଥା ସମସ୍ତ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ ମଣ୍ଡିତ କରିଥିଲେ । ଛାତ୍ରଛାତ୍ରୀ ମାନଙ୍କୁ ପ୍ରମାଣପତ୍ର ଓ ପୁରସ୍କାର ବଣ୍ଟନ କରଯାଇଥିଲା । ପରିଶେଷରେ ପ୍ରାଧ୍ୟାପକ ନାରାୟଣ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।