Saturday, March 7, 2026
Homeରାଜ୍ୟପଞ୍ଚାୟତ ଉଚ୍ଚବିଦ୍ୟାଳୟ ପୁରେନାରେ ୭୬ ତମ ଗଣତନ୍ତ୍ର ଦିବସ ପାଳିତ ।

ପଞ୍ଚାୟତ ଉଚ୍ଚବିଦ୍ୟାଳୟ ପୁରେନାରେ ୭୬ ତମ ଗଣତନ୍ତ୍ର ଦିବସ ପାଳିତ ।

ପଦ୍ମପୁର – ରାଜବୋଡ଼ାସମ୍ବର ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚବିଦ୍ୟାଳୟ ପୁରେନାରେ ୭୬ତମ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ପ୍ରଧାନଶିକ୍ଷକ ଶ୍ରୀ ରେଣୁଧର ସାହୁ ପତାକା ଉତ୍ତୋଳନ କରି ଗଣତନ୍ତ୍ର ଦିବସର ମହତ୍ତ୍ଵ ସମ୍ବନ୍ଧରେ ଛାତ୍ର ଛାତ୍ରୀ ଙ୍କୁ ଉଦବୋଧନ ଦେଇଥିଲେ। ଉକ୍ତ ଉତ୍ସବରେ ସ୍କୁଲ ପରିଚାଳନା କମିଟିର ସଭାପତି ଶ୍ରୀ ଭୁମନ୍ୟୁ ସାହୁ,ଗ୍ରାମ୍ୟ କମିଟି ସଭାପତି ଶ୍ରୀ ବିଶିକେଶନ ଗହୀର, ସରପଞ୍ଚ ଶ୍ରୀମତି ଡଲି ବେହେରା, ଗାଁର ଭଦ୍ରବ୍ୟକ୍ତି ଶ୍ରୀ ପରମେଶ୍ୱର ସାହୁ, ଶ୍ରୀ ଗୋକୁଳ ଭୋଇ,ଶ୍ରୀ ସଞ୍ଜୀବ ବେହେରା, ଶ୍ରୀ ଟିକେଲାଲ ସାହୁ, ଶ୍ରୀ ବଳରାମ ସାହୁ, ଶ୍ରୀ ଜୟଲାଲ ଗୁରୁ, ଶ୍ରୀ କ୍ଷୀରଧର ବେହେରା ଓ ଶ୍ରୀ ମୁକୁନ୍ଦ ପଟେଲ ସମ୍ମାନୀତ ଅତିଥି ଭାବରେ ଯୋଗଦେଇଥିଲେ।

ଦଶମଶ୍ରେଣୀ ଛାତ୍ର ଲୋକନାଥ ସାହୁଙ୍କ ନେତୃତ୍ୱରେ ଛାତ୍ର ଛାତ୍ରୀ ମାନେ ପ୍ୟାରେଡ୍ କରି ଜାତୀୟ ପତାକାକୁ ଅଭିବାଦନ କରିବା ସହ ନିକଟସ୍ଥ ପଞ୍ଚାୟତ କାର୍ଯ୍ୟାଳୟରେ ଅନୁଷ୍ଠିତ ପତାକା ଉତ୍ତୋଳନ ସହ ଗ୍ରାମର ବିଭିନ୍ନ ପ୍ରାନ୍ତରେ ଥିବା ଅନୁଷ୍ଠାନ ମାନଙ୍କୁ ହେଉଥିବା ପତାକା ଉତ୍ତୋଳନରେ ଅଂଶ ଗ୍ରହଣ କରିବା ସହ ଗାଁ ପରିକ୍ରମା କରିଥିଲେ।କାର୍ଯ୍ୟକ୍ରମ ପରିଚାଳନାରେ ବରିଷ୍ଠ ଶିକ୍ଷକ ଶ୍ରୀ ପ୍ରମୋଦ ନାଥ, ଶ୍ରୀ ଅକ୍ଷୟ କୁମାର ବେହେରା, ଶ୍ରୀ ଲେଖ୍ରୃ ବାରିକ, ଶ୍ରୀ ଚନ୍ଦ୍ରଭାନୁ ବଡଗୁଛିଆ,ଶ୍ରୀ ସୁରେଶ ପଟେଲ ସହଯୋଗ କରିଥିଲେ।

error: Content is protected !!