
ବୌଦ୍ଧ(ସିମୁନ ନାଏକ)-ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ମିନି ଷ୍ଟାଡିୟମ ଠାରେ ପଞ୍ଚମ ମା ଭୈରବୀ ମହୋତ୍ସବ ଭୈରବୀ ସଂସ୍କୃତି ପରିଷଦ ପକ୍ଷରୁ ୪ ଦିନ ହେବ ଆୟୋଜିତ ହୋଇଛି । ଚତୁର୍ଥ ଦିବସକୁ ଆକର୍ଷଣୀୟ କରିବା ପାଇଁ ମହୋତ୍ସବ କମିଟି ପକ୍ଷରୁ ଏକ ମେଗା ରକ୍ତ ଦାନ ଶିବିର ଆୟୋଜିତ ହୋଇଯାଇଛି । ବୌଦ୍ଧ ଜିଲ୍ଲାପାଳ ବିଭୁତି ଭୂଷଣ ଲୁଣିବାହାଲ ଠାରୁ ସାଇକେଲରେ ଏକ ସଚେତନତା ରାଲିରେ ଆସି ମହୋତ୍ସବ ପଡ଼ିଆରେ ପହଁଚିବା ସହ ନିଜକୁ ଫିଟ ରଖିବା ପାଇଁ ଦୈନିକ ସାଇକେଲ ଚଳାଇବା ପାଇଁ ଲୋକଙ୍କୁ ଆହ୍ୱାନ ଦେଇଥିଲେ ପରେ ଶିବିର କୁ ଉଦ୍ଘାଟନ କରିଥିଲେ । ଏଥିରେ ୧ ଶହ ୫୧ ୟୁନିଟ ରକ୍ତ ସଂଗୁହିତ ହୋଇଥିବା ଜଣାପଡିଛି ।

ଚତୁର୍ଥ ସନ୍ଧ୍ୟାରେ ବିଭିନ୍ନ ପ୍ରତିଭା ବ୍ୟକ୍ତିବିଶେଷଙ୍କୁ ମାନପତ୍ର ଓ ଟ୍ରଫି ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସନ୍ଧ୍ୟାରେ ପୁରୁଣାକଟକ ବେସରକାରୀ ସ୍କୁଲର ବାରମାସେ ତେର ଯାତ୍ରା , ତିଲେଶ୍ୱର ଶିଶୁ ମନ୍ଦିରର ଫୋକ ଡ୍ୟାନ୍ସ , ସଙ୍କୁଲେଇ ସ୍କୁଲର , କସ୍ତୁରବା ଗାନ୍ଧୀ ବାଳିକା , ବିଦ୍ୟାଳୟର ସମ୍ବଲପୁରୀ ନୃତ୍ୟ, ଧଳପୁର ହାଇସ୍କୁଲର ସମ୍ବଲପୁରୀ ରିମିକ୍ସ, ସମ୍ପଚ ହାଇସ୍କୁଲର ଡାଲଖାଇ , କେଏନ ମହାବିଦ୍ୟାଳୟର ରସରକେଲି ,ଭୈରବୀ ଡିଗ୍ରୀ କଲେଜର ଆଦି କୁନି କଳାକାରଙ୍କ ନୃତ୍ୟ ଦର୍ଶକଙ୍କ ମନଛୁଇଁଥିଲା ।

ଫୁଲବାଣୀ କ୍ଳବର , କଣ୍ଟାମାଳର , ପଞ୍ଚବାଦ୍ୟ ସମ୍ବଲପୁରୀ, କଟକ ନଟରାଜ ଏକାଡେମୀର ମଡ଼ର୍ଣ୍ଣ ନୃତ୍ୟ ପରିବେଷଣ ହୋଇଥିବା ବେଳେ ମୁଖ୍ୟ ଆକର୍ଷଣ ଭାବେ କଣ୍ଠଶିଳ୍ପୀ ଆମର ଦାସ ଓ ଚୁମକି ପାଢ଼ୀଙ୍କ ସଙ୍ଗୀତରେ ଦୁଲୁକିଥିଲା ମଞ୍ଚ । ମିନାବଜାରରେ ବିଭିନ୍ନ ଘରକରଣା ସାମଗ୍ରୀ କିଣାବିକା ସାଙ୍ଗକୁ ଚଟପଟି ଖାଦ୍ୟର ମଜା ନେଇଥିବା ବେଳେ ବିଭିନ୍ନ ଦୋଳି ମାଧ୍ୟମରେ ମାନରଞ୍ଜନ କରିଥିଲେ ଛୋଟ ଠୁ ବଡ଼ ଯାଏଁ । ୧୮ ତାରିଖରୁ ଆରମ୍ଭ ହୋଇଥିବା ଏହି ମହୋତ୍ସବ ଆସନ୍ତା ୨୩ ତାରିଖ ଯାଏଁ ଚାଲିବ ବୋଲି କମିଟି ପକ୍ଷରୁ କୁହାଯାଇଛି ।



