ବରପାଲି-ବରପାଲି ବ୍ଲକ ବାନ୍ଦୁମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି l ବୈଠକ କାର୍ଯ୍ଯକ୍ରମ ତେଜଙ୍ଗ କ୍ଲଷ୍ଟର ସିଆର ସି ସି ସଞ୍ଜୟ କୁମାର ସାହୁଙ୍କ ତତ୍ତ୍ୱବଧାନରେ ପଞ୍ଚମ ମାସିକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ବିଦ୍ୟାଳୟର ପୂର୍ବତନ ପ୍ରଧାନଶିକ୍ଷକ ରାଜେନ୍ଦ୍ର ପୂଜାରୀ ଯୋଗଦାନ କରି କହିଥିଲି ଯେ ଏ ଫେ ଏଲ ନ ଏକ ଗୁରୁତ୍ୱ ପୂର୍ଣ୍ଣ ବିଷୟ ବସ୍ତୁ ଅଟେ। ଯାହାକି ଶିକ୍ଷକ ମାନଙ୍କୁ ଉଚିତ ମାର୍ଗରେ ଶିକ୍ଷାଦାନ କରିବା ସହ ଶିକ୍ଷାର ମାନବୃଦ୍ଧି ଉପରେ ଗୁରୁତ୍ବ ନିମନ୍ତେ ଅନୁରୋଧ କରିଥିଲେ।

ମାସିକ ବୈଠକ ରେ ବରପାଲି ଓ ବିଜେପୁର ଦାୟିତ୍ୱ ରେ ଥିବା ଜିଲ୍ଲା ଶିକ୍ଷକ ପ୍ରଶିକ୍ଷଣ ପ୍ରଶିକ୍ଷକ ଗଗନ ବେହେରା ପରିଦର୍ଶନ କଲା ପରେ ଶିକ୍ଷକ ମାନଙ୍କୁ ଚାରି ପନ୍ଥା ଭାଷା ଓ ଗଣିତ ବିଷୟ ଉପରେ ସି ଆର ଏ ପଦ୍ଧତିରେ ଶିକ୍ଷାଦାନ ପାଇଁ ପ୍ରବର୍ତ୍ତାଇଥିଲେ। ଲିଙ୍ଗରାଜ ପାଣ୍ଡେ ଓ ରାଜୀବ ଲୋଚନ ସାହୁ ସି ଆର ସି ସି ଙ୍କୁ ଶିକ୍ଷା ଦାନ କାର୍ଯ୍ଯରେ ସାହାଯ୍ୟ କରିଥିଲେ l ଶେଷ ରେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଲଳିତ ମେହେର ଧନ୍ୟବାଦ ଅର୍ପଣ କରିଥିଲେ l
