
ବରପାଲି-ବରପାଲି ବ୍ଳକ ତୁଲଣ୍ତି ଗ୍ରାମରେ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆରମ୍ଭ ହୋଇଯାଇଛି। ଏହି ଅବସରରେ ଆଜି ଏକ ପୁର୍ଣ୍ଣକୁମ୍ଭ ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ପୂଜାକର୍ତ୍ତା,ପଣ୍ତିତ ତଥା ଭକ୍ତ ମଣ୍ତଳି ଭଗବାନ ଶ୍ରୀରାମଙ୍କ ପୂଜାର୍ଚ୍ଚନା ମାଧ୍ୟମରେ ଆଜ୍ଞାମାଳ ମାଗିଥିଲେ। ପରେ ହଜାରହଜାର ଶଂଖ୍ଯାରେ ଭକ୍ତ କଳସ ଶୋଭାଯାତ୍ରାରେ ବାହାରି ପରିକ୍ରମା ସହ ପୁଜାମଣ୍ତପରେ ପହଞ୍ଚିଥିଲେ। ପଣ୍ତିତ ଓ ଆଚାର୍ଯ୍ଯ ମାନଙ୍କ ସହାୟତାରେ କଳସ ସିଦ୍ଧିକାର୍ଯ୍ଯ ସମ୍ପର୍ଣ୍ଣ ପରେ ମଣ୍ତପରେ ସ୍ଥାପନ କରାଯାଇଥିଲା।

ଶ୍ରୀରାମଜୀ ମନ୍ଦିର ପ୍ରତିଷ୍ଠା ପାଇଁ ପୂଜାକର୍ତ୍ତା ଭାବରେ ସନାତନ ସାହୁ,ଅନୂସୂୟା ସାହୁ,ସରୋଜ ସାହୁ,ତନୟା ସାହୁ’ସୁଦର୍ଶନ ସାହୁ,ଅନିତା ସାହୁ,ନିରଞ୍ଜନ ସାହୁ,ସସ୍ମିତା ସାହୁ ପ୍ରମୁଖ କାର୍ଯ୍ଯଭାର ତୁଳାଉଥିବା ବେଳେ ହନୁମାନ ମନ୍ଦିର ପ୍ରତିଷ୍ଠା ନିମନ୍ତେ ରଘୁନାଥ ଷଢଙ୍ଗି,ଗିତାଞ୍ଜଳି ଷଢଙ୍ଗି ଏବଂ ଗ୍ରାମଦେବୀ ମନ୍ଦିର ପୂଜାକର୍ତ୍ତା ରୂପେ ଗଙ୍ଗାଧର ସାହୁ,ନିରାଶ ସାହୁ ନିର୍ବାହ କରୁଛନ୍ତି। ସେହିପରି ନିକଟ ପଡୋଶି ଗ୍ରାମ କାଇଁଶିରରୁ ଶତାଧିକ ଭକ୍ତ ମଉଳାଭାର ଶୋଭାଯାତ୍ରାରେ ଆସି ଉତ୍ସବରେ ସାମିଲ ହୋଇଥିଲେ।

କଳସ ଶୋଭାଶାତ୍ରା ପ୍ରତିଷ୍ଠା କମିଟି ସଭାପତି ଲୋକନାଥ ତ୍ରିପାଠି,ସମ୍ପାଦକ କମଲେଶ ଭୋଇ,ରାଘବ ଭୋଇ,ସୂଦାମଶତପଥି, ଆଲୋକ ଶତପଥି, ବନବସ ନାଏକ,ନେପାଲ ଥପା,ରମାକାନ୍ତ ତ୍ରିପାଠି,ପ୍ରଦିପ ଶତପଥି,ଗଣେଷ ପଟେଲ,ଗଙ୍ଗାଧର ବାଗ,ଅଲେଖ ଭୋଇ ପ୍ରମୁଖଙ୍କ ନେତୃତ୍ବରେ ପରିଚାଳିତ ହୋଇଥିଲା। ଉତ୍ସବର ମୂଖ୍ଯ ପଣ୍ତିତ ଛନ୍ଦାଚରଣ ରଥଙ୍କ ନେତୃତ୍ବରେ ପଣ୍ତିତ ରବି ରଥ,ହୃଷିକେଶ ହୋତା,ନବ ରଥ,ଗୋପାଳ ଶତପଥି,ସୁଶାନ୍ତ ଦାଶ,ଢାଳେଶ୍ବର ରଥ ପ୍ରମୁଖ ସମସ୍ତ ପୂଜା କର୍ମ ଦାୟିତ୍ବଭାର ତୁଳାଉଛନ୍ତି। ପ୍ରତିଦିନ ରାତ୍ର ସମୟରେ ଭିନ୍ନଭିନ୍ନ ଶୈଳିର ସାଂସ୍କୃତିକ କାର୍ଯ୍ଯକ୍ରମ ସହିର ମୁକ୍ତାକାଶ ରଙ୍ଗମଞ୍ଚ ଖୋଲା ନାଟକ ରାବଣ ଦରବାର ମଞ୍ଛସ୍ଥ ବ୍ୟବସ୍ଥା କରାଯାଇଛି। ଏହା ସହ ମିନା ବଜାର,ଦୋଳିଖେଳ ଜାତିୟ ଖେଳ ମାନ ଆୟୋଜନ ହୋଇଥିବା ଦେଖାଯାଇଥିଲା।




