Friday, June 6, 2025
spot_imgspot_imgspot_img
Homeରାଜ୍ୟନୃସିଂହନାଥ ଠାରେ ପ୍ଲାଷ୍ଟିକ ବର୍ଜନ ସଚେତନତା କାର୍ଯ୍ୟକ୍ରମ ।

ନୃସିଂହନାଥ ଠାରେ ପ୍ଲାଷ୍ଟିକ ବର୍ଜନ ସଚେତନତା କାର୍ଯ୍ୟକ୍ରମ ।

ପାଇକମାଳ(ବିଦ୍ୟାଧର ସାହୁ)-ପଦ୍ମପୁର ଉପଖଣ୍ଡ ପାଇକମାଳ ନୃସିଂହନାଥ ଓ ପାଇକମାଳ ବନ ବିଭାଗ ତରଫରୁ ନୃସିଂହନାଥରେ ପ୍ଲାଷ୍ଟିକ ବର୍ଜନ ନେଇ ସଚେତନତା କାର୍ଯ୍ୟକ୍ରମ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଜଙ୍ଗଲ ଓ ପରିବେଶ, ଜଳବାୟୁ ପରିବର୍ତ୍ତନ ବିଭାଗ ଓଡିଶା ସରକାରଙ୍କ ନିର୍ଦେଶକ୍ରମେ ନୃସିଂହନାଥ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଏକ ସଚେତନତା ରାଲି ସହ ଆମ ଜଙ୍ଗଲକୁ ସୁରକ୍ଷା ଦେବା,

ଏକକ ବ୍ୟବହାର ପ୍ଲାଷ୍ଟିକକୁ ନା କହିବା, ପ୍ରତିବର୍ଷ ଗଛ ଲଗାଇ ବଞ୍ଚାଇବା, ଇତ୍ୟାଦି ସ୍ଲୋଗାନ ଦିଆଯାଇଥିଲା। ଏଥି ସହ ଏ ନେଇ ଅନୁଷ୍ଠିତ ସଚେତନତା ସଭାରେ ରେଞ୍ଜର ହୃଦାନନ୍ଦ ମିଶ୍ର ସଭାପତିତ୍ୱ କରିଥିବା ବେଳେ ପ୍ରକୃତିବନ୍ଧୁ ବଡ ଶତପଥି, ପ୍ରକୃତି ବନ୍ଧୁ ବିଭୁତି ମୁଣ୍ଡ,ଫରେଷ୍ଟର ରମେଶ କୁମାର ପ୍ରଧାନ, ଅତିଥି ଭାବେ ଯୋଗଦେଇ ପରିବେଶ ସୁରକ୍ଷା ଉପରେ ନିଜସ୍ୱ ମତାମତ ଦେଇଥିଲେ।

ତୁଲାରାମ ବରିହା, ରଜନୀକାନ୍ତ ବଢ଼େଇ, ଗିରିରାଜ କୁମହାର, ଦୀପକ କୁମାର ନାୟକ, ବସନ୍ତ ବାଗ, ସଚିବନ୍ତ ପଟେଲ, ଜଗମୋହନ ସାହୁ, ମଳୟ ଗଇତା, ଦିବ୍ୟରଞ୍ଜନ ହାତୀ, ପ୍ରମୁଖ ନୃସିଂହନାଥ ଓ ପାଇକମାଳ ବନ କର୍ମଚାରୀ ମାନେ ଏଥିରେ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ। ଶେଷରେ ସମସ୍ତେ ମିଶି ଆଖପାଖରେ ପଡ଼ିଥିବା ପ୍ଲାଷ୍ଟିକ ସଂଗ୍ରହ କରି ପରିବେଶକୁ ପରିଷ୍କାର କରିଥିଲେ।

error: Content is protected !!