Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିନୃସିଂହନାଥ କଲା ପରିଷଦର ବୈଠକ ।

ନୃସିଂହନାଥ କଲା ପରିଷଦର ବୈଠକ ।

ପାଇକମାଳ-ନୃସିଂହନାଥ କଲା ପରିଷଦର ଏକ ବୈଠକ ପାଇକମାଳ ଠାରେ ଅନୁଷ୍ଠିତ ହୋଇଯାଇଅଛି। ପରିଷଦର ସଭାପତି ସୁବୋଧ ପଣ୍ଡାଙ୍କ ପୋରୋହିତ୍ୟରେ ଆୟୋଜିତ ସଭାରେ ପରିଷଦର ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଥିଲା । ଡାକ୍ତର ଅଜିତ ବାରିକ, ଡାକ୍ତର ମୋହନ ଭୋଇ, ଶ୍ୟାମଲାଲ ପଧାନ, ଦେବେନ୍ଦ୍ର ସାହୁ, ଦୂର୍ଯ୍ଯୋଧନ ତ୍ରିପାଠୀ, ସଞ୍ଜୀବ ମାଝୀ, ବିଜୟ ପଧାନ, କେଦାର ନାଥ ଦାସ, ତ୍ରିଲୋଚନ ମେହେର, ରଞ୍ଜିତ ପଧାନ, ପ୍ରଦୀପ ଛତ୍ରିଆ, ଧର୍ମେନ୍ଦ୍ର ବାରିକ, ରାଜ କିଶୋର ବେହେରା, ଗଣେଶ ବାରିକ, ସୋକିଲାଲ ଶେଠ୍, ସହଦେବ ପଧାନଙ୍କ ସମେତ ପରିଷଦର କର୍ମକର୍ତ୍ତା ମାନେ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ। ଗବେଷଣା ଦିଗରେ ସହାୟକ ହେବା ପାଇଁ ନୃସିଂହନାଥ ପୀଠରେ ମ୍ୟୁଜିଅମ୍ ତଥା ପାଠାଗାର ପ୍ରତିଷ୍ଠା ପାଇଁ ଦାବୀ କରିବା, ବାର୍ଷିକ ସ୍ମରଣିକା ପ୍ରସ୍ତୁତ କରିବା ସହିତ ବାର୍ଷିକ ଉତ୍ସବ ପାଇଁ ପଡକ୍ଷେପ ଗ୍ରହଣ କରିବାକୁ ଆଲୋଚନା କରାଯାଇଥିଲା । କାର୍ଯ୍ୟକ୍ରମରେ ଉପଢୌକନ ଦେଇ ଅବସର ଶିକ୍ଷକ କେଦାର ନାଥ ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମକୁ ଅଧ୍ୟାପକ ସୁଶାନ୍ତ ମିଶ୍ର ପରିଚାଳନ କରିଥିବା ବେଳେ ଶେଷରେ ଚିତ୍ତରଞ୍ଜନ ସରାଫ ଧନ୍ୟବାଦ ଅର୍ପଣ କରିଥିଲେ।

error: Content is protected !!