ପାଇକମାଲ-ପାଇକମାଲ ବ୍ଳକ ଯାଦବ ସମାଜ ତରଫରୁ ଶ୍ରୀଶ୍ରୀ ସମଲେଶ୍ଵରୀ ମନ୍ଦିର ନୃସିଂହନାଥଠାରେ ଗିରି ଗୋବର୍ଦ୍ଧନ ପୂଜା ପାଇଁ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ଶତାଧିକ ଯାଦବ ମହିଳା ଓ ଯାଦବ କର୍ମକର୍ତ୍ତା ଯୋଗଦେଇଥିଲେ। ଏହି ପୂଜା ତିନି ଦିନ ଧରି ଚାଲିବ। କଳସ ସ୍ଥାପନ ପରେ ନୃସିଂହନାଥ ମହାପ୍ରଭୁ,ପାର୍ଶ୍ଵ ଦେବାଦେବୀଙ୍କୁ ନିମନ୍ତ୍ରଣ କରାଯାଇଥିଲା । ପୂଜାରେ କର୍ତ୍ତା ଭାବରେ ବାଳକୃଷ୍ଣ ବନଛୋର ଓ ଧର୍ମପତ୍ନୀ କମଳା ବନଛୋର ଦାୟିତ୍ଵ ନେଇଛନ୍ତି।

ପଣ୍ଡିତ ଜୟ କୁମାର ଆଚାର୍ଯ୍ୟ ଓ ମନ୍ଦିର ପୂଜକ ଗୋବର୍ଦ୍ଧନ ମାହାର ପୂଜା କାର୍ଯ୍ୟ ସମ୍ପାଦନା କରୁଛନ୍ତି। ସମଲେଶ୍ଵରୀ ମନ୍ଦିର ସଭାପତି ମଧୂସୁଦନ ପାଣ୍ଡେ, ବ୍ଳକ ସଭାପତି ବନମାଳୀ ଚନ୍ଦନ, କାର୍ଯ୍ୟକାରୀ ସଭାପତି ଡୋଲାମଣି ମାହାର ସମେତ ସମସ୍ତ ପଞ୍ଚାୟତ ସଭାପତି, ସମ୍ପାଦକ ସହଯୋଗ କରିଥିଲେ। ସର୍କଳ ସଭାପତି ଲକନୀ ଥପା, ମନୋହର ପୁଞ୍ଜି , ଭାସ୍କର ଭୂଏ ପ୍ରମୁଖ ଉପସ୍ଥିତ ଥିଲେ।


