ନୂଆପଡ଼ା(ଡୋଲେଶ୍ଵର ବାଗ)-ବୋଡ଼େନ ବ୍ଲକର ସଭାଗୃହ ଠାରେ ନୂତନ ମଧୁବାବୁ ପେନସନ ଯୋଜନାର ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ନୂଆପଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷା ଡଲି ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଶୁଭାରମ୍ଭ କରିଥିଲେ, ଏଥିରେ ବ୍ଲକ ଉପାଧ୍ୟକ୍ଷ ସଙ୍ଗୀତ ମାଝୀ, ବିଡ଼ିଓ ପ୍ରିୟରଞ୍ଜନ କୁମାର, ବିଏସଏସଓ କୁମର ମାଝୀ, ଜୁନିଅର ଆସିଷ୍ଟନ ହିତେଶ ଆଡବାହି, ପିଏ ଚିତ୍ତରଞ୍ଜନ ଦଣ୍ଡସେନା ପ୍ରମୁଖଙ୍କ ଉପସ୍ଥିତିରେ ବ୍ଲକର ୧୫ ଗୋଟି ପଞ୍ଚାୟତର ୧୮୩ ଜଣ ହିତାଧିକାରୀଙ୍କୁ ନୂତନ ଭତ୍ତା ପ୍ରଦାନ କରିଥିଲେ,
୩୮ ଜଣ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସୁନାପୂର ସରପଞ୍ଚ ମୁକ୍ତା ରାଉତ, ଖଇରା ପଞ୍ଚାୟତ କୈଳାଶ ଦଳ, ରୋକାଳ ସରପଞ୍ଚ ଠାକୁର ବାଗ, ଲିଟିସର୍ଗି ସରପଞ୍ଚ ମିନତି ନନ୍ଦ, ବୋଡ଼େନ ସରପଞ୍ଚ ରଶ୍ମିତା ସିଂହା ପ୍ରମୁଖ ଯୋଗଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ପିଇଓ ଜୟାନନ୍ଦ ମେହେର, ଗୁର୍ଯୁ ହଂସ, କ୍ଷମା ସୁନାନି ପ୍ରମୁଖଙ୍କ ସହ ବ୍ଲକ ସମସ୍ତ ସରପଞ୍ଚ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ସହଯୋଗ କରିଥିଲେ।