Thursday, February 13, 2025
spot_imgspot_imgspot_img
Homeରାଜ୍ୟନୂତନ ପେନସନ ଯୋଜନା ଭୁକ୍ତ ପ୍ରାଥମିକ ଶିକ୍ଷକ ସଙ୍ଘର ବୈଠକ।

ନୂତନ ପେନସନ ଯୋଜନା ଭୁକ୍ତ ପ୍ରାଥମିକ ଶିକ୍ଷକ ସଙ୍ଘର ବୈଠକ।

ପଦ୍ମପୁର – ଲାଲବାହାଦୁର ଶାସ୍ତ୍ରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ନୂତନ ପେନସନ ଯୋଜନା ଭୁକ୍ତ ପ୍ରାଥମିକ ଶିକ୍ଷକ ସଙ୍ଘ ସଭାପତି ତଥା ମିଳିତ ପ୍ରାଥମିକ ଶିକ୍ଷକ ସମନ୍ୱୟ ସମିତି ସଦସ୍ୟ , ଏ.ଓ.ପି.ଟି ଏ ସାଙ୍ଗଠନିକ ସମ୍ପାଦକ ରଘୁନାଥ ପୁରୀଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ୨୪ ବର୍ଷ ମାନସିକ ଚାପରେ ତୁହାକୁ ତୁହା ଆନ୍ଦୋଳନପରେ ମଧ୍ୟ, ପ୍ରାଥମିକ ଶିକ୍ଷକ ଉପେକ୍ଷିତ ଥିଲେ । ବିଗତ ସରକାରଙ୍କୁ ଅନେକ ନେହୁରା ହୋଇଥିଲେ ସୁଦ୍ଧା ସେ କର୍ଣ୍ଣ ପାତ ନ କରିବା ତାଙ୍କ ପ୍ରତି ମଧ୍ୟ ମହଙ୍ଗା ପଡିଲା । ଏକାଠି ହୋଇ ପୁଣିଥରେ ଲୋୟର ପି.ଏମ.ଜିରେ ଦୁର୍ବାର ଆନ୍ଦୋଳନ ସହ ଗାନ୍ଧୀମାର୍ଗ ପ୍ରକମ୍ପିତ ହେବ । ଆସନ୍ତା ଫେବୃଆରୀ ୧୪ ତାରିଖରେ, ଦାବିପୁରଣ ପର୍ଯ୍ୟନ୍ତ ଉଠିବେନି ଶିକ୍ଷକ, ଏ ନିଷ୍ପତିରେ ଯୋଗଦେବ ରାଜବୋଡ଼ାସମ୍ବର ବ୍ଲକ ।

ଠପ ହେବ ଶିକ୍ଷା ବ୍ୟବସ୍ଥା, ତାଲିମ କେନ୍ଦ୍ର ଫାଙ୍କା ପଡିବ, ମଧ୍ୟାହ୍ନ ଭୋଜନ ପାଇବେନି କୋମଲ ମତି ପିଲା । ଯୁକ୍ତ ଦୁଇ ସି.ଟି ପୋଷ୍ଟକୁ ଅପଗ୍ରେଡ଼କରି ମୁଲ ଗ୍ରେଡ଼ପେ ୪୨୦୦/- ଓ ୩୫୪୦୦/- ସ୍କେଲରେ ଦରମା ପ୍ରଦାନ ଓ ପ୍ରାଥମିକ ଶିକ୍ଷାର ୨୦୦୧ ରୁ ବର୍ତ୍ତମାନ ପର୍ଯ୍ୟନ୍ତ ନିଯୁକ୍ତି ପାଇଥିବା ସମସ୍ତ ଶିକ୍ଷକଙ୍କ ଠିକା କାର୍ଯ୍ୟକାଳକୁ ଗଣନାକରି, ପ୍ରାଥମିକ ଶିକ୍ଷା ରୁ ସ୍କିମାଟିକ ଉଛେଦ କରି ତୁରନ୍ତ ରେଗୁଲାର କରାଯିବା ନେଇ ଆନ୍ଦୋଳନ ଦାବୀ ପୂରଣ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବାକୁ ନିଷ୍ପତି ଗ୍ରହଣ କରାଯାଇଛି । ଯଦି ରାଜ୍ୟ ସରକାର ବା ମାନ୍ୟବର ମୁଖ୍ୟମନ୍ତ୍ରୀ ବିରୋଧୀ ଦଳରେ ଥିବାବେଳେ ଶିକ୍ଷକ ମାନଙ୍କ ଦାବୀ ନ୍ୟାୟୋଚିତ କହି ବିଧାନସଭାକୁ ଅଚଳ କରିଥିଲେ, ଆଜି ତାଙ୍କ କାନ୍ଧରେ ଏହି ଗୁରୁ ମାନଙ୍କ ଦାଇତ୍ୱ, ସର୍ବ ପ୍ରଥମେ ସେ ଜଣେ ଗୁରୁ ପରବର୍ତ୍ତୀ ସମୟରେ ଆଜି ମୁଖମନ୍ତ୍ରୀ, ଗୁରୁମାନଙ୍କୁ ଦକ୍ଷିଣା ଦିଅନ୍ତୁ ।

ଶିକ୍ଷକ ରାଜରାସ୍ତା ଯିବାକୁ ଚାହାଁନ୍ତି ନାହିଁ, ଡହ ଡହ ଖରାରେ ଛିଡା ହେବାକୁ, ପିଚୁ ରାସ୍ତାରେ ଗାମୁଛା ଖଣ୍ଡେ ପକାଇ ଶୋଇବାକୁ ସଉକ ନାହିଁ, ପିଲାଙ୍କ ଶିକ୍ଷା ଦାନ କି ସରକାରୀ କାର୍ଯ୍ୟକୁ ପଛରେ ପକାଇବାକୁ ମଜାକ ମନେ କରୁନାହାନ୍ତି । ସରକାର ନ୍ୟାୟ ଦିଅନ୍ତୁ, ଆମେ ଏ ସବୁ ଅସୁବିଧା ପାଇଁ ଇଛୁକ ନୋହୁଁ ବୋଲି ମତ ପ୍ରକାଶ ପାଇଥିଲା । ବୈଠକରେ ସମ୍ପାଦକ ରୁପକ ସାହୁ, କୋଷଧ୍ୟକ୍ଷ ବୀରକିଶୋର ସାହୁ, ପ୍ରେମସାଗର ପ୍ରଧାନ, ଚଣ୍ଡୀପ୍ରସାଦ ଭୋଇ, ପ୍ରଦୀପ ସାହୁ, ସଂଯୁକ୍ତା ରଥ, ଅଳକାଶ୍ରୀ ଦିଦି, ମନୋଜ ସାହୁ, ସୁରେଶ ଚୌହାନ ପ୍ରମୁଖ ଓ କାର୍ଯ୍ୟକାରି କମିଟି ସଦସ୍ୟ, ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ ।

error: Content is protected !!