Sunday, March 8, 2026
Homeରାଜ୍ୟନୂତନ ପଞ୍ଚାୟତ ଗଠନ ଦାବୀ ନେଇ ପ୍ରସ୍ତୁତି ବୈଠକ ।

ନୂତନ ପଞ୍ଚାୟତ ଗଠନ ଦାବୀ ନେଇ ପ୍ରସ୍ତୁତି ବୈଠକ ।

ବୋଡ଼େନ – ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକର ବାବେବିର ପଞ୍ଚାୟତ ଏକ ବଡ଼ ପଞ୍ଚାୟତ ହୋଇଥିବାରୁ ଲୋକାଭିମୁଖୀ କାମରେ ସରକାରୀ ଅର୍ଥ ସଠିକ୍ ପରିମାଣର ଆସି ପାରୁନାହିଁ ବୋଲି ଲୋକଙ୍କ ମଧ୍ୟରେ ଆଲୋଚନା ହେବା ପରେ ଖଇରଭାଡ଼ି ଗ୍ରାମର ଲମ୍ବୋଦର ବାଗଙ୍କ ଆହ୍ବାନ କ୍ରମେ ଓ ଚୈମନ କଟାଙ୍କ ସଭାପତିତ୍ବରେ ଖଇର ଭାଡ଼ି ଓ ଧରଣୀ ମାଲ ଗ୍ରାମର ଲୋକଙ୍କୁ ନେଇ ଏକ ବୈଠକ ବସିଥିଲା ।ବୈଠକର ଉଦ୍ଦେଶ୍ୟ ନୂତନ ପଞ୍ଚାୟତ ଗଠନ ଓ ଆଲୋଚନାରେ ସମସ୍ତେ ମତ ପ୍ରକାଶ କରିବା ସହିତ ନୂତନ ପଞ୍ଚାୟତ ଗଠନ ପାଇଁ ଦାବୀ ପ୍ରସ୍ତୁତ କରିଛନ୍ତି ।

ତାଙ୍କ କହିବାନୁଯାୟୀ ଏହି ଦୁଇ ଗ୍ରାମର ଭୋଟର ସଂଖ୍ୟା ପ୍ରାୟ ଦୁଇ ହଜାରରୁ ଉର୍ଦ୍ଧ୍ବ ଏବଂ ଜନସଂଖ୍ୟା ୫୦୦୦ ଅନୁମେୟ ହୁଏ ।ବାବେବିର ବଡ ପଞ୍ଚାୟତ ହୋଇଥିବାରୁ ସରକାରଙ୍କ ପ୍ରତ୍ୟେକ ଯୋଜନାର ଅର୍ଥ ଯଥେଷ୍ଟ ପରିମାଣରେ ପଞ୍ଚାୟତକୁ ପହଞ୍ଚି ପାରୁ ନାହି ଏବଂ ଆବଶ୍ୟକ କାମ ଗୁଡ଼ିକ ଅର୍ଥାଭାବ ହେତୁ ହୋଇପାରୁନାହିଁ ତେଣୁ ନୂଆ ଏକ ପଞ୍ଚାୟତ ଗଠନ ପାଇଁ ସରକାରଙ୍କୁ ଦାବୀ ଜଣାଇବାକୁ ଆଜି ଏହି ବୈଠକରେ ସର୍ବସମ୍ମତି କ୍ରମେ ସ୍ଥିରିକୃତ ହୋଇଛି ଓ ଆବଶ୍ୟକ କାଗଜ ପତ୍ର ପ୍ରସ୍ତୁତ କରିବା ପାଇଁ ଲମ୍ବୋଦର ବାଗଙ୍କୁ ଦାୟୀତ୍ୱ ପ୍ରଦାନ କରାଯାଇଛି ।ଆସନ୍ତା ଦିନରେ ଜି ପି ଇ ଓ,ବିଡ଼ିଓ,ଏବଂ ଜିଲ୍ଲାପାଳଙ୍କୁ ଲିଖିତ ଭାବରେ ଜଣାଇବେ ବୋଲି ଆଜି ଆଲୋଚନା ହୋଇଥିଲା ।ସଭାରେ ଅନେକ ଭଦ୍ରବ୍ୟକ୍ତି ଯୋଗଦାନ କରିଥିଲେ ।

error: Content is protected !!