Saturday, March 7, 2026
Homeରାଜ୍ୟନୂତନ ଅପରାଧିକ ଆଇନ ଲାଗୁ ନିମିତ୍ତ ପ୍ରଶିକ୍ଷଣ ଶିବିର ।

ନୂତନ ଅପରାଧିକ ଆଇନ ଲାଗୁ ନିମିତ୍ତ ପ୍ରଶିକ୍ଷଣ ଶିବିର ।

ପଦ୍ମପୁର – ରାଜବୋଡ଼ାସମ୍ବର ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ବ୍ଲକ ଅନ୍ତର୍ଗତ ସମସ୍ତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ସିଆରସିସି ମାନଙ୍କର ନୂତନ ଅପରାଧିକ ଆଇନ ଲାଗୁ ନିମିତ୍ତ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ସଭାପତିତ୍ବ କରିଥିଲେ ଅତିରିକ୍ତ ବ୍ଲକ ଶିକ୍ଷାଅଧିକାରୀ ଶ୍ରୀ ଶିବପ୍ରସାଦ ଯୋଶୀ। ସମ୍ମାନୀତ ଅତିଥି ଭାବରେ , ପଦ୍ମପୁର ପୋଲିସ ଷ୍ଟେସନର ଅତିରିକ୍ତ ଇନ୍ସପେକ୍ଟର ଶ୍ରୀ ମାରିଆନସ୍ ମିଞ୍ଜ, ସବ୍ ଇନ୍ସପେକ୍ଟର ଶ୍ରୀ ଭକ୍ତ ରଞ୍ଜନ ସାହୁ, ଆଡଭୋକେଟ ଶ୍ରୀ ଶାନ୍ତନୁ ତ୍ରିପାଠୀ ଯୋଗଦାନ କରିଥିଲେ।

ଅତିରିକ୍ତ ବ୍ଲକ ଶିକ୍ଷାଅଧିକାରୀ ଶ୍ରୀ ରାମସିଂ ଭୋଇ ଓ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀ ଅଭିଳାଷ ସାହୁ ମଞ୍ଚାସିନ ଥିଲେ। ସଭାପତି ଶ୍ରୀ ଯୋଶୀ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିବାବେଳେ,ପ୍ରଧାନଶିକ୍ଷକ ଶ୍ରୀ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ। ନୂତନ ଅପରାଧିକ ଆଇନର ବିଭିନ୍ନ ଦିଗ ଉପରେ ତଥା ସ୍କୁଲସ୍ତରରେ ଏହାକୁ କିପରି କାର୍ଯ୍ୟକାରୀ କରାଯାଇ ପାରିବ ସମସ୍ତ ଅତିଥିମାନେ ବିଶଦ ଭାବରେ ଆଲୋଚନା କରିଥିଲେ। ସବ୍ ଇନ୍ସପେକ୍ଟର ଶ୍ରୀ ସାହୁ ସାଇବର ଅପରାଧ ସମ୍ୱନ୍ଧରେ ଆଲୋଚନା କରିଥିଲେ।ପରିଶେଷରେ ଅତିରିକ୍ତ ବ୍ଲକ ଶିକ୍ଷାଅଧିକାରୀ ଶ୍ରୀ ଭୋଇ ଧନ୍ୟବାଦ୍ ଅର୍ପଣ କରିଥିଲେ।

error: Content is protected !!