Monday, January 27, 2025
spot_imgspot_imgspot_img
Homeରାଜ୍ୟନୂଆପଡାରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ।

ନୂଆପଡାରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ।

ପ୍ରଥମ ଦିନରେ ଜିଲ୍ଲାର ୫ ଟି ବ୍ଲକର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ କଲେ ।

ଆସନ୍ତା କାଲି ଗଣତନ୍ତ୍ର ଦିବସରେ ପତାକା ଉତ୍ତୋଳନ କରିବେ ।

ନୂଆପଡା-ନୂଆପଡା ଜିଲ୍ଲା ଦୁଇ ଦିନିଆ ଗ୍ରସ୍ତରେ ଓଡିଶା ସରକାରଙ୍କ ଗଣ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଆସି ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମ ମାନରେ ଯୋଗଦାନ କରିଛନ୍ତି | ନୂଆପଡା ଜିଲ୍ଲା କୋମନା ବ୍ଲକ ଠାରେ ଶ୍ରୀ ଅରବିନ୍ଦ ଶିକ୍ଷାନୁଷ୍ଠାନରେ ମହିଳା ପାଠ୍ୟ ସମ୍ମିଳନୀ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ | ପରେ ସେଠାରୁ ଖଡ଼ିଆଳ ସ୍ୱୟଂ ଶାଶିତ ମହାବିଦ୍ୟାଳୟ ଠାରେ ଅନୁଷ୍ଠିତ ଅଧ୍ୟୟନ ବ୍ଲକ ଓ ଅତିରିକ୍ତ ଶ୍ରେଣୀଗୃହ ପ୍ରକୋଷ୍ଠର ଭୂମିପୂଜନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ | ସେଠାରୁ ମାଧ୍ୟାର୍ହ୍ନରେ ଖଡ଼ିଆଳ ଅଗ୍ରେସନ ଭବନ ଠାରେ ବିଜେପି କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଯୋଗଦାନ କରିଥିଲେ | ପରେ ଅପରାହ୍ନରେ ସିନାପାଲି ଅଗ୍ରେସନ ଭବନ ଠାରେ ଏବଂ ବୋଡେ଼ନ ଠାରେ ଅନୁଷ୍ଠିତ ବିଜେପି କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଯୋଗ ଦେଇଥିଲେ |

ସନ୍ଧ୍ୟାରେ ଖରିଆର ରୋଡ ସହରର ବନକା ଠାରେ ସ୍ମାର୍ଟ ପାର୍କ ଉଦ୍ଘାଟନ, ଟ୍ରୁଫ କ୍ରିକେଟ ଗ୍ରାଉଣ୍ଡ, ଲାଇବ୍ରେରୀ, ଫ୍ଲଡ଼ ଲାଇଟ ଓ ସୁଇମିଙ୍ଗ ପୁଲ ନିର୍ମାଣ ପାଇଁ ଭୂମି ପୂଜନ, ମୋଙ୍ଗରାପାଲି ଠାରେ ଆହାର କେନ୍ଦ୍ରର ଶୁଭ ଉଦ୍ଘାଟନ ଭଳି ବିଭିନ୍ନ ଉର୍ଣ୍ଣୟନ ମୂଳକ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ | ପରେ ନୂଆପଡା ସହର ସଦର ମହକୁମା ସ୍ଥିତ ଜିଲ୍ଲା ବିଜେପି କାର୍ଯ୍ୟାଳୟ ଠାରେ କର୍ମୀ ସମ୍ମିଳନୀ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ | ଆସନ୍ତା କାଲି ମନ୍ତ୍ରୀ ଶ୍ରୀ ସୁରଜ ୭୬ ତମ ଗଣତନ୍ତ୍ର ଦିବସ ଅବସରରେ ନୂଆପଡା ମିନି ଷ୍ଟାଡିଅମ ଠାରେ ଜିଲ୍ଲା ସ୍ତରୀୟ ଗଣତନ୍ତ୍ର ଦିବସରେ ଯୋଗଦାନ କରିବେ | ମାଧ୍ୟାର୍ହ୍ନରେ ହରିପୁର ସ୍ଥିତ ଗୁରୁକୁଳ ଆଶ୍ରମ ଏବଂ ସିଲଦା ସ୍ଥିତ ନେସନାଲ କଲେଜର ବାର୍ଷିକ ଉତ୍ସବରେ ଯୋଗଦାନ କରିବେ |

ସେଠାରୁ ଅପରାହ୍ନରେ ସଦର ବ୍ଲକ ପତୋରା ଠାରେ ଅବସ୍ଥିତ ଯୋଗେଶ୍ୱର ବାବାଙ୍କ ମନ୍ଦିର ପରିଦର୍ଶନ କରି ପ୍ରସାଦ ସେବନ କରିବେ | ପରେ ସାରାବଙ୍ଗ ଠାରେ କ୍ରିକେଟ ମ୍ୟାଚରେ ଯୋଗଦାନ କରିବେ | ଏବଂ ପରେ ନୂଆପଡା ଠାରେ ସଂସ୍କୃତି ଭବନର ଶୁଭ ଉଦ୍ଘାଟନ କରିବେ | ପରେ ସ୍ଥାନୀୟ ପୋଲିସ ପଡିଆ ଠାରେ ଜିଲ୍ଲା ପ୍ରଶାସନ ତରଫରୁ ଆୟୋଜିତ ହୋଉଥିବା ଭାରତୀୟମ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦାନ କରି ସେଠାରୁ ଭୁବନେଶ୍ୱର ଅଭିମୁଖେ ଟ୍ରେନରେ ଯାତ୍ରା କରିବେ | ପୂର୍ବତନ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ଜିଲ୍ଲା ସଭାପତି ସୁବ୍ରତ ଠାକୁର, ବିଜେପି ଯୁବ ମୋର୍ଚା ସଭାପତି ଅଭିନନ୍ଦନ ପଣ୍ଡା, ପୂର୍ବତନ ଖଡ଼ିଆଳ ବିଧାୟକ ହିତେଶ ବଗର୍ତ୍ତୀ, ଖରିଆର ରୋଡ ଏନଏସି ଅଧକ୍ଷା ସୋନିଆ ଜୈନ, ବିଜେପି ନେତା ଗୋଲଡି ଅଗ୍ରୱାଲ, ସଦାନନ୍ଦ ଯୋଶୀ ପ୍ରମୁଖ ଉପସ୍ଥିତ ରହିଥିଲେ |

error: Content is protected !!