Saturday, March 7, 2026
HomeUncategorizedନୂଆପଡ଼ା ଜିଲ୍ଲା ମିନି ଷ୍ଟାଡିୟମ ଠାରେ ଜିଲ୍ଲା ସ୍ତରୀୟ ୭୬ ତମ ଗଣତନ୍ତ୍ର ଦିବସ ପାଳିତ...

ନୂଆପଡ଼ା ଜିଲ୍ଲା ମିନି ଷ୍ଟାଡିୟମ ଠାରେ ଜିଲ୍ଲା ସ୍ତରୀୟ ୭୬ ତମ ଗଣତନ୍ତ୍ର ଦିବସ ପାଳିତ ।

ଅତିଥି ଭାବରେ ଯୋଗଦେଇ ଥିଲେଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ୍ ।

ନୂଆପଡ଼ା(ଡୋଲେଶ୍ଵର ବାଗ)-ନୂଆପଡ଼ା ଜିଲ୍ଲା ମିନି ଷ୍ଟାଡିୟମ ଠାରେ ଜିଲ୍ଲା ସ୍ତରୀୟ ୭୬ ତମ ଗଣତନ୍ତ୍ର ଦିବସ ପାଳିତ ହୋଇ ଯାଇଅଛି। ଗଣତନ୍ତ୍ର ଦିବସ ରେ ମୁଖ୍ୟ ଅତିଥି ରୂପେ ଓଡ଼ିଶା ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ୍ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି ଦିବସ ଉପଲକ୍ଷେ ୩୧ ଗୋଟି ମିଳିତ ପ୍ୟାରେଡ ନିରୀକ୍ଷଣ କରିଥିବା ବେଳେ ମିଳିତ ପ୍ୟାରେଡ ଅଭିବାଦନ ଗ୍ରହଣ କରିଥିଲେ। ଏହି ଉପଲକ୍ଷେ ଜିଲ୍ଲା ର ବିଭିନ୍ନ ବିଭାଗ ର ୧୦ ଗୋଟି ପ୍ରଜ୍ଞାପନ ମେଢ଼ ସାମିଲ ହୋଇଥିଲେ।

ଜିଲ୍ଲା ବାସୀଙ୍କୁ ଉଦବୋଧନ ଦେଇ ସ୍ବାଧୀନତାର ପୃଷ୍ଠଭୂମି ହୋଇ ୧୯୫୦ ଜାନୁଆରୀ ୨୬ ତାରିଖ ଦିନ ଭାରତ ସର୍ବଭୌମ୍ୟ ଗଣତନ୍ତ୍ର ସାଧାରଣତନ୍ତ୍ର ରାଷ୍ଟ୍ର ରୂପେ ଘୋଷିତ ହୋଇଥିବା ବେଳେ ଆଜିର ଦିନ ହେଉଛି ସ୍ମୃତି ,ସଂକଳ୍ପ ଏବଂ ସମିକ୍ଷାର ଦିନ ଅଟେ ବୋଲି ମତବ୍ୟକ୍ତ କରିଥିଲେ। ଦେଶ ରାଜ୍ୟ ଏବଂ ନୂଆପଡ଼ା ଜିଲ୍ଲାରେ ସ୍ବାଧୀନ ସଂଗ୍ରାମୀ ଙ୍କ ସ୍ମୃତି ଚରଣ କରିଥିଲେ। କ୍ରୀଡାବିତଙ୍କ ଉଲ୍ଲେଖନୀୟ ଅବଦାନ କୁ ପ୍ରସଂସା କରିଥିଲେ। ଏହି ଉପଲକ୍ଷେ ଜିଲ୍ଲାପାଳ ମଧୁସୂଦନ ଦାସ, ଏସପି ଜିଆର୍ ରାଘବେନ୍ଦ୍ର ଉପସ୍ଥିତ ଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।

error: Content is protected !!