ନୂଆପଡ଼ା(ଡୋଲେଶ୍ଵର ବାଗ)-ନୂଆପଡ଼ା ଜିଲ୍ଲା ଖଡିଆଳ ନିର୍ବାଚନ ମଣ୍ଡଳୀ ସ୍ତରୀୟ ୨୮ ତମ ବିଜୁ ଜନତା ଦଳ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଅଛି। ଏହି ଦିବସ ରେ ବିଜେଡି ନଗର ସଭାପତି ଦୀପକ ଖମାରୀ ମଞ୍ଚ ପରିଚାଳନା କରିଥିବା ବେଳେ ଅତିଥି ରୂପେ ଖଡିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ, ଜିଲ୍ଲା ସାଧାରଣ ସମ୍ପାଦକ ଲମ୍ବୋଦର ନୀଆଲ,
ଜିଲ୍ଲା ପରିଷଦ ଅଧ୍ୟକ୍ଷା ଡଲି ମାଝୀ ଯୋଗଦେଇ ଶାସନରେ ଥାଇ ଅନେକ ଜନ କଲ୍ୟାଣ ଯୋଜନା ଲୋକଙ୍କ ନିକଟକୁ ପହଞ୍ଚି ପାରୁଥିବା ବେଳେ ବିରୋଧୀ ରେ ରହି ମଧ୍ୟ ଡବଲ ଇଞ୍ଜିନ ସରକାରଙ୍କ ବିଫଳତା ଲୋକଙ୍କ ନିକଟକୁ ପହଞ୍ଚାଇବାରେ କାର୍ଯ୍ୟ କରିବୁ ବୋଲି ପ୍ରକାଶ କରିଛନ୍ତି।
ସଭାରେ ବିଜେଡି ସଭାନେତ୍ରୀ ସରସ୍ଵତୀ ବାଗ, ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳୀ ନନ୍ଦ, ଜିଲ୍ଲା ପରିଷଦ ସଭ୍ୟ ଚିତ୍ତରଞ୍ଜନ ବେହେରା, ମଲ୍ୟବନ୍ତ ସୁନା, ତନୟା ଶବର, ବ୍ଲକ ଉପାଧ୍ୟକ୍ଷ ଗୌତମ ତାଣ୍ଡି, ଅନ୍ୟମାନଙ୍କ ମଧ୍ୟରେ ତିନି ଗୋଟି ବ୍ଲକ୍ ର ଶତାଧିକ ବିଜେଡି କର୍ମକର୍ତ୍ତା ଯୋଗ ଦେଇ ନବୀନ ସରକାରଙ୍କ କାର୍ଯ୍ୟକଳାପ ଉପରେ ପ୍ରକାଶ କରିଥିଲେ।