Saturday, March 7, 2026
Homeରାଜନୀତିନୂଆପଡ଼ା ଉପନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ଜୟ ଢୋଲକିଆ ।

ନୂଆପଡ଼ା ଉପନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ଜୟ ଢୋଲକିଆ ।

ଜୟଙ୍କ ବିଜୟ ସୁନିଶ୍ଚିତ: ମନମୋହନ ସାମଲ
ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଗହଣରେ ଯାଇ ନାମାଙ୍କନ ପତ୍ର ଦାଖଲ କଲେ ଜୟ ଢୋଲକିଆ ।
ପୂର୍ବତନ ରାଜ୍ୟ ସଭାପତି ବସନ୍ତ ପଣ୍ଡା ଓ କୋମନା ବ୍ଳକର ସୋମନାଥ ଖମାରୀ ପ୍ରସ୍ତାବକ ରହିଛନ୍ତି ।
ମନ୍ତ୍ରୀ, ସାଂସଦ, ବିଧାୟକ, ରାଜ୍ୟ ଓ ଜିଲ୍ଲା ପଦାଧିକାରୀ ଉପସ୍ଥିତ ଥିଲେ ।
୨ ନମ୍ବର ସ୍ଥାନ ପାଇଁ ବିଜେଡି ଓ କଂଗ୍ରେସ ମଧ୍ୟରେ ପ୍ରତିଯୋଗିତା ଚାଲିଛି ।
ପଛୁଆ ଓ ଆଙ୍କାକ୍ଷା ଜିଲ୍ଲାରୁ ନୂଆପଡ଼ାକୁ ବିକଶିତ ଜିଲ୍ଲା ଭାବେ ଗଢ଼ି ତୋଳିବା ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ ।
ବାପା ଛାଡ଼ିଯାଇଥିବା ଅଧୁରା ସ୍ୱପ୍ନକୁ ପୂରଣ କରି ନୂଆପଡ଼ାକୁ ରାଜ୍ୟର ୧ ନମ୍ବର ଜିଲ୍ଲା କରିବି: ଜୟ ଢୋଲକିଆ ।


ନୂଆପଡା-ଦିବଂଗତ ନେତା ନୂଆପଡ଼ା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସ୍ୱର୍ଗତଃ ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକ ପରେ ଉକ୍ତ ଆସନ ପୂରଣ ପାଇଁ ନଭେମ୍ବର ୧୧ରେ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ସ୍ୱର୍ଗତଃ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ତଥା ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ମା’ଙ୍କଠାରୁ ଆଶ୍ରୀର୍ବାଦ ନେଇ ଖରିଆର ରୋଡସ୍ଥିତ ବାସଭବନରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ନୂଆପଡ଼ାସ୍ଥିତ ଜିଲ୍ଲା କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥଲେ। ଏଥିପାଇଁ ଖରିଆରରୁ ନୂଆପଡା ପର୍ଯ୍ୟନ୍ତ ରାସ୍ତାଘାଟ ସମ୍ପୂର୍ଣ୍ଣ ଲୋକାରଣ୍ୟ ହୋଇଯାଇଥିଲା। ଶହଶହ ସଂଖ୍ୟାରେ ଗାଡି ଓ ହଜାର ହଜାର ସଂଖ୍ୟାରେ ସମର୍ଥକ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ନୂଆପଡା କାର୍ଯ୍ୟାଳୟରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ଏବଂ ଡା. ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ। ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, ପୂର୍ବତନ ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ଆଶୀର୍ବାଦ ନେଇ ଜୟ ଢୋଲକିଆ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ବିଶାଳ ଶୋଭାଯାତ୍ରାରେ ଯାଇ ନିର୍ବାଚନ ଅଧିକାରୀଙ୍କ ନିକଟରେ ନାମାଙ୍କନପତ୍ର ଦାଖିଲ କରିଛନ୍ତି। ପୂର୍ବତନ ସଭାପତି ବସନ୍ତ ପଣ୍ଡା ଓ କୋମନା ବ୍ଳକର ସୋମନାଥ ଖମାରୀ ପ୍ରସ୍ତାବକ ରହିଛନ୍ତି।

୨ ସେଟ ନାମାଙ୍କନ ପତ୍ର ଦାଖଲ କରାଯାଇଛି। ନାମାଙ୍କନ ଦାଖଲ ପ୍ରକ୍ରିୟାରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ମନ୍ତ୍ରୀ ରବି ନାୟକ, ମୁକେଶ ମହାଳିଙ୍ଗ ଓ ଗଣେଶ ରାମ ସିଂ ଖୁଂଟିଆ ଉପସ୍ଥିତ ଥିଲେ। ନାମାଙ୍କନ ଶୋଭାଯାତ୍ରାରେ ସ୍ୱର୍ଗତଃ ରାଜେନ୍ଦ୍ର ଢୋଲକିଆଙ୍କ ଧର୍ମପତ୍ନୀ ଶ୍ରୀମତୀ କଳ୍ପନା ଢୋଲକିଆ, ସାଂସଦ ମାଳବିକା ଦେବୀ, ବଳଭଦ୍ର ମାଝୀ, ରାଜ୍ୟ ସଭା ସାଂସଦ ସୁଜିତ କୁମାର, ବିଧାୟକ ସୁଧୀର ପାଟ୍ଟଯୋଶୀ, ନବୀନ ଜୈନ, ଲକ୍ଷ୍ମଣ ବାଗ, ଟଙ୍କଧର ତ୍ରିପାଠୀ, ଅଶ୍ୱିନୀ ଷଡ଼ଙ୍ଗୀ, ଅଶୋକ ମହାନ୍ତି, ନିହାର ମହାନନ୍ଦ, ହିମାଂଶୁ ଶେଖର ସାହୁ, ଜିଲ୍ଲା ସଭାପତି କମଲେଶ ଦୀକ୍ଷିତ, ବରିଷ୍ଠ ନେତା ଲମ୍ବୋଦର ନିଆଲ, ହିତେଶ ବର୍ଗତି, ଅଭିନନ୍ଦନ ପଣ୍ଡା, ଯଦୁମଣୀ ପାଣିଗ୍ରାହୀ, ପସନ୍ନ ପାଢ଼ୀ, ହୋମ୍‌ସିଂ ମାଝୀ, ଖାମ୍‌ସିଂ ମାଝୀ, ପୂର୍ବତନ ସାଂସଦ ପର୍ଶୁରାମ ମାଝୀ, ପ୍ରଭାସ ସିଂ, ଖରିଆରରୋଡ ଏନ୍‌ଏସି ଅଧ୍ୟକ୍ଷା ଡା. ସୋନିଆ ଜୈନ, ନୂଆପଡ଼ା ବ୍ଲକ ଅଧ୍ୟକ୍ଷା ତାରେଶ୍ୱରୀ ସାହୁ, କୋମନା ବ୍ଲକ, ନୂଆପଡ଼ା ଏନ୍‌ଏସି, ଖରିଆର ରୋଡ ମ୍ରୁ୍ୟନିସିପାଲିଟି ଉପାଧ୍ୟକ୍ଷ, ଶତାଧିକ ସଂଖ୍ୟାରେ ଜିଲ୍ଲା ପରିଷଦ ସଦସ୍ୟ, ସମିତିସଭ୍ୟ, ସରପଂଚ ଏବଂ ୱାର୍ଡ ମେମ୍ବର, ରାଜ୍ୟ ଓ ଜିଲ୍ଲାପଦାଧିକାରୀ, ବିଭିନ୍ନ ସାମାଜିକବର୍ଗର ପ୍ରତିନିଧି ଏବଂ ନେତୃବୃନ୍ଦଙ୍କ ସମେତ ସଦ୍ୟ ବିଜେପିରେ ସାମିଲ ହୋଇଥିବା ବିଜେଡି ନେତା, କର୍ମୀ, ଢୋଲକିଆ ପରିବାରର ଶୁଭେଚ୍ଛୁ, ୧୦ହଜାରରୁ ଊର୍ଦ୍ଧ୍ୱ ବିଜେପି କାର୍ଯ୍ୟକର୍ତା ଓ ସମର୍ଥକ ସାମିଲ ହୋଇଥିଲେ।

ନାମାଙ୍କନପତ୍ର ଦାଖଲ ଅବସରରେ ରାଜ୍ୟ ସଭାପତି ସାମଲ କହିଛନ୍ତି ଯେ, ଆଜିର ଏହି ଶୋଭାଯାତ୍ରା ନୂତନ ଇତିହାସ ସୃଷ୍ଟି କରିବ। ନୂଅପାଡ଼ାବାସୀ ବିଜେପିକୁ ଜିତାଇବା ପାଇଁ ମନବନାଇ ସାରିଛନ୍ତି। ନିର୍ବାଚନ ଫଳାଫଳ ଏକପାଖିଆ ହେବ ଏବଂ ବିପୁଳ ସଂଖ୍ୟାରେ ବିଜେପି ପ୍ରାର୍ଥୀ ବିଜୟ ଲାଭ କରିବେ। ଆଜିର ଏହି ବିଶାଳ ଜନ ସମାଗମରୁ ଜୟଙ୍କ ବିଜୟ ସୁନିଶ୍ଚିତ ବୋଲି ସ୍ପଷ୍ଟ ହୋଇଛି। ୨ ନମ୍ବର ସ୍ଥାନ ପାଇଁ ବିଜେଡି ଓ କଂଗ୍ରେସ ମଧ୍ୟରେ ପ୍ରତିଯୋଗିତା ଚାଲିଛି। ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଓ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଲୋକାଭିମୁଖୀ କାର୍ଯ୍ୟ ଦେଶ ଏବଂ ଓଡ଼ିଶାର କୋଣ ଅନୁକୋଣରେ ପହଂଚିପାରିଛି। ପଛୁଆ ଓ ଆଙ୍କାକ୍ଷା ଜିଲ୍ଲାରୁ ନୂଆପଡ଼ାକୁ ବିକଶିତ ଜିଲ୍ଲାଭାବେ ଗଢ଼ି ତୋଳିବା ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ। ଏଠାକାର ମୌଳିକ ସମସ୍ୟାର ସମାଧାନ କରି ନୂଆପଡ଼ାରେ ମତ୍ସ୍ୟ, କୃଷି, ଶିଳ୍ପ, ପର୍ଯ୍ୟଟନ, ଶିକ୍ଷା ଓ ଗମନାଗମନର ବିକାଶ କରାଯିବ ବୋଲି ଶ୍ରୀ ସାମଲ କହିଛନ୍ତି। ଶ୍ରୀ ଢୋଲକିଆ କହିଛନ୍ତି ଯେ, ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ସ୍ୱର୍ଗତ ବିଧାୟକ ତଥା ବାପା ରାଜୁ ଭାଇ ଢୋଲକିଆଙ୍କ ଜନକଲ୍ୟାଣକାରୀ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ନୂଆପଡ଼ାର ବିକାଶ ପାଇଁ ଆଜି ଉପନିର୍ବାଚନରେ ପ୍ରାର୍ôଥପତ୍ର ଦାଖଲ କରିଛି। ନୂଆପଡ଼ାବାସୀଙ୍କ ବିପୁଳ ଜନସମର୍ଥନ ମନ ଭିତରେ ଉତ୍ସାହ ବଢ଼ାଇଛି। ଆଗାମୀ ଦିନରେ ବାପା ଛାଡ଼ିଯାଇଥିବା ଅଧୁରା ସ୍ୱପ୍ନକୁ ପୂରଣ କରି ନୂଆପଡ଼ାକୁ ରାଜ୍ୟର ୧ ନମ୍ବର ଜିଲ୍ଲା ଭାବେ ଗଢ଼ି ତୋଳିବା ପାଇଁ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ପ୍ରୟାସ କରିବି।

error: Content is protected !!