Monday, November 25, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିନୂଆଖାଇରେ ମାର୍ଜାର କେଶରୀଙ୍କ ଠାରେ ଲାଗିହେବ ସାଲିଆନା ଭାରର ଭୋଗ ।

ନୂଆଖାଇରେ ମାର୍ଜାର କେଶରୀଙ୍କ ଠାରେ ଲାଗିହେବ ସାଲିଆନା ଭାରର ଭୋଗ ।

ପଦ୍ମପୁର-ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ୍  ଝିଟିକି ଗ୍ରାମରୁ ପ୍ରତି ବର୍ଷ ପରି ଚଳିତ ବର୍ଷ ନୁଆଁଖାଇ ପାଇଁ ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ମନ୍ଦିରକୁ ଆସିଲା ସାଲିଆନା ଭାର । ଝିଟିକି ଗ୍ରାମର ଚାଷୀ ମାନଙ୍କ ସହ ସମଗ୍ର ଗ୍ରାମବାସୀ ପ୍ରାୟ ୩୦୦ ପରିବାର ଗାଁରେ ଘର ଘର ବୁଲି ସଂଗ୍ରହ କରି ଥିଲେ ନୁଆଁଖାଇ ସାମଗ୍ରୀ ।

ବୁଧବାର ପ୍ରାୟ ୪୦ ଜଣ ଗ୍ରାମବାସୀ ଚାଉଳ ୨ କୁଇଣ୍ଟାଲ ୫୧ କେଜି, ମୁଗ ସାଢେ ୫ କେଜି, ଘିଅ ଏକ କେଜି, ଗୁଡ ୨ କେଜି, ଲୁଣ ୫ କେଜି ମାଖନ ୧୦ ଗୋଟି ନଡ଼ିଆ ୫ଗୋଟି ଓ ଅନ୍ୟପନି ପରିବା ସହ ଅଙ୍ଗୁର କଦଳୀ ଭାରରେ ଆଣି ନୃସିଂହନାଥ ମନ୍ଦିରର ଭଣ୍ତାର ମହୁରୀ ସତ୍ୟ ପୁରୋହିତ ତଥା ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନଙ୍କ ପାଖରେ ଜମା ଦେଇଛନ୍ତି ।

ହରି ଧରୁଆ,ମେନେଜର ଧରୁଆ, ବ୍ରହ୍ମ ଧରୁଆ,ଅପିଁନ ଭୋଇ ପ୍ରମୁଖଙ୍କ ସହ ୪୦ ଜଣ ଗ୍ରାମବାସୀ ସାଲିଆନା ଭାର ସହ ଆସିଥିଲେ । ସେମାନେ ସମସ୍ତେ ନୃସିଂହ ମହାପ୍ରଭୁଙ୍କୁ ଦର୍ଶନ କରି ଅନ୍ନ ପ୍ରସାଦ ଖାଇ ଖୁସିରେ ଘରକୁ ଫେରିଥିଲେ । ହରି ଧରୁଆଙ୍କୁ ଏନେଇ ପଚାରିବାରୁ ଆମେ ଆଣୁଥିବା ଜିନିଷ ନୂଆଖାଇ ଦିନ ଠାକୁରଙ୍କ ଠାରେ ଭୋଗ ଲାଗାଯାଇ ଭକ୍ତ ମାନଙ୍କୁ ଅର୍ଣ୍ଣ ପ୍ରସାଦ ବଣ୍ଟା ଯାଉଥିବାରୁ ପ୍ରତିବର୍ଷ ଆମେ ସାଲିଆନା ଭାର ମନ୍ଦିରକୁ ଆଣିଥାଉ ବୋଲି ସେ କହିଥିଲେ ।

error: Content is protected !!