Saturday, January 4, 2025
spot_imgspot_imgspot_img
Homeରାଜ୍ୟନୂଆଁ ବର୍ଷରେ ବୁଦ୍ଧଖୋଲରେ ପର୍ଯ୍ୟଟକଙ୍କ ଭିଡ ।

ନୂଆଁ ବର୍ଷରେ ବୁଦ୍ଧଖୋଲରେ ପର୍ଯ୍ୟଟକଙ୍କ ଭିଡ ।

ବୁଗୁଡ଼ା(ସୋରେନ କୁମାର ପ୍ରଧାନ)-ଇଂରାଜୀ ନବ ବର୍ଷର ଆଦ୍ୟ ଦିବସରେ ଏଠାକାର ଐତିହାସିକ ଶୈବପୀଠ ତଥା ପର୍ଯ୍ୟଟନସ୍ଥଳୀ ବୁଦ୍ଧଖୋଲରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା । ବୁଦ୍ଧଖୋଲର ପଞ୍ଚଶମ୍ଭୁପୀଠରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଥିବା ବେଳେ ପାଦଦେଶସ୍ଥ ଶିବପାର୍ବତୀଙ୍କ ମୂର୍ତ୍ତି ନିକଟରେ ପର୍ଯ୍ୟଟକଙ୍କ ଗହଳି ଲାଗି ରହିଥିଲା ।

ଏଥସହ ସୁଉଚ୍ଚହନୁମାନ ମୂର୍ତ୍ତି ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟି ଥିଲା । ବହୁ ସଂଖ୍ୟକ ପର୍ଯଟକ ଜଳ ପ୍ରପାତ ସ୍ନାନର ମଜା ଉଠାଉ ଥିବାବେଳେ ଅଧିକାଂଶ ପର୍ଯ୍ୟଟକ“ଆଇ ଲଭ୍ ବୁଦ୍ଧଖୋଲ” ଲେଖା ନିକଟରେ ନିଜ ନିଜର ଫଟୋ ଉତ୍ତୋଳନ କରି ଆନନ୍ଦିତ ହେଉଥିଲେ |ଫଳରେ ବୁଦ୍ଧଖୋଲ ପାଦଦେଶ ଲୋକାରଣ୍ୟରେ ପରିଣତ ହୋଇଯାଇଥିଲା ।

ତେବେ ସେଠାରେ ଶାନ୍ତି ଶୃଙ୍ଖଳା ରକ୍ଷା ଏବଂ ଯାନବାହାନ ନିୟନ୍ତ୍ରଣ ପାଇଁ ବୁଦ୍ଧଖୋଲ ଉନ୍ନୟନ ସମିତି ପକ୍ଷରୁ ସୁବନ୍ଦୋବସ୍ତ କରାଯାଇଥିଲା । ସେହିପରି ନୂତନ ବର୍ଷର ପହିଲି ଦିନରେ ବୁଗୁଡ଼ା ସହରର ବିରଞ୍ଚି ନାରାୟଣ ମନ୍ଦିର ଏବଂ ବଳଦେବ ମନ୍ଦିରରେ ଠାକୁର ଦର୍ଶନ ପାଇଁ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଥିଲା ।

error: Content is protected !!