ସମ୍ବଲପୁର-ଜନସାଧାରଣଙ୍କ ସୁରକ୍ଷା ସୁନିଶ୍ଚିତ କରିବାପାଇଁ , ପୋଲିସ କର୍ମଚାରୀ ମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଆନ୍ତି | ସେମାନଙ୍କ ପାଇଁ ପର୍ବପର୍ବାଣୀ ମଧ୍ଯ ହଯିଗଲାଣି | କେତେକ ପରିସ୍ଥିତି ଦେଖି ଦୁଃଖ ଲାଗେ ମଣିଷ ନିଜ ସ୍ବାର୍ଥ ଆଗରେ ସବୁକିଛି ଭୁଲି ଯାଉଛି | ଆମ ପଶ୍ଚିମ ଓଡିଶାର ମୁଖ୍ଯ ଗଣପର୍ବ ହେଉଛି ନୂଆଁଖାଈ | ଏହିପର୍ବ ପାଳନ କରିବା ପାଇଁ ଲୋକେ ଦେଶଦେଶାନ୍ତରରୁ ଘରକୁ ଫେରିଆସନ୍ତି | ଗତ ୮ତାରିଖ ଦିନ ସମ୍ବଲପୁରରେ ହୋଇଥିବା ସିଏମ କିଷାନ ଯୋଜନା କାର୍ଯ୍ଯକ୍ରମ ଏବଂ ସମ୍ବଲପୁରକୁ ମୁଖ୍ଯମନ୍ତ୍ରୀଙ୍କ ଗସ୍ତରେ କେତେଲୋକଙ୍କ ମନ ବ୍ଯାହତ ହୋଇଛି ତାହା କେହି ବୁଝିପାରିବେ ନାହିଁ | ମାଁ ସମଲେଶ୍ବରୀଙ୍କ ଅସୀମ କୃପାରୁ ଓଡିଶାର ମୂଖ୍ଯମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ସମ୍ବଲପୁର ମାଟିରେ ବସି ନବାର୍ଣ୍ଣ ଗ୍ରହଣ କରିଥିଲେ ତାହା ତାଙ୍କପାଇଁ ଗର୍ବ ଏବଂ ଗୌରବର ବିଷୟ |
ହେଲେ ସେ କେବେ ଭାବି ପାରିଛନ୍ତି ତାଙ୍କର ଏହି କାର୍ଯ୍ଯକ୍ରମ ଯୋଗୁଁ କେତେ ପରିବାରରେ ନୁଆଁଖାଈ ପର୍ବ ବନ୍ଦ ହୋଇଯାଇଛି |ତାଙ୍କର ସୁରକ୍ଷାର ପ୍ରାଧାନ୍ଯ ଯୋଗୁଁ ସରକାରୀ କର୍ମଚାରୀମାନେ ନିଜ ଘରକୁ ଫେରିନଥିଲେ | ଶୃଙ୍ଖଳା ଏବଂ ସୁରକ୍ଷା ମଣିଷକୁ ବାଧ୍ଯ କରିଦେଉଛି ଅନିଚ୍ଛା ସତ୍ବେ କାର୍ଯ୍ଯ ପରିଚାଳନା କରିବା ପାଇଁ | ବାପା ମାଁ ସ୍ତ୍ରୀ ପିଲାମାନେ ସମସ୍ତେ ଅପେକ୍ଷାରେ ଥିଲେ ନୂଆଁଖାଈ ପର୍ବରେ ଖୁସିରେ ନବାର୍ଣ୍ଣ ଗ୍ରହଣ କରିବା ପାଇଁ | ହେଲେ ମୁଖ୍ଯମନ୍ତ୍ରୀଙ୍କ ସମ୍ବଲପୁର ଗସ୍ତ ତାହା ସରକାରୀ କର୍ମଚାରୀ ମାନଙ୍କ ପରିବାର ଲୋକଙ୍କ ଖୁସିକୁ ମାଟିରେ ମିସେଇ ଦେଇଥିଲା | ମୁଖ୍ଯମନ୍ତ୍ରୀ ନିଜକୁ ଥରେ ପ୍ରଶ୍ନ କରିବା ଉଚିତ୍ ଯେ ଶହଶହ ପରିବାର ର ମୁହଁର ହସକୁ ଦୁଃଖରେ ପରିଣତକରି ଭୁଲ୍ କରିଛନ୍ତି ନା ଠିକ୍ କରିଛନ୍ତି | ଥରେ ଯାଇ ସେ ପରିବାରର ସଦସ୍ଯଙ୍କୁ ପଚାରନ୍ତୁ | ଯଦି ସମ୍ଭବ ନିଜକୁ ସେ ପରିବାରରେ ରଖି ନିଜକୁ ଥରେ ପଚାରନ୍ତୁ |