Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିନୂଆଁଖାଇ ପର୍ବରେ ତିନିଦିନ ଛୁଟି ଘୋଷଣା ନେଇ ଦାବିପତ୍ର ପ୍ରଦାନ ।

ନୂଆଁଖାଇ ପର୍ବରେ ତିନିଦିନ ଛୁଟି ଘୋଷଣା ନେଇ ଦାବିପତ୍ର ପ୍ରଦାନ ।

ବିଜେପୁର(ନିରଞ୍ଜନ ତ୍ରିପାଠୀ)-ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୂଆଁଖାଇ କେଉଁ ଆବାହମାନ କାଳରୁ ପାଳିତ ହୋଇ ଆସୁଛି। ହେଲେ ବିଗତ ଦିନର ରାଜ୍ୟ ସରକାର ଏଥିପ୍ରତି କୈାଣସି ପ୍ରକାରର ଦୃଷ୍ଟି ଆକର୍ଷଣ କରିନାହାନ୍ତି। ପଶ୍ଚିମ ଓଡିଶାର ଅନେକ ଭୁବନେଶ୍ଵର ଠାରୁ ଆରମ୍ଭ କରି ବିଭିନ୍ନ ଜିଲ୍ଲାରେ ସରକାରୀ ଦପ୍ତର ହେଉ ବା ବେସରକାରୀ ଅନୁଷ୍ଠାନ ହେଉ କାର୍ଯ୍ୟ ନିର୍ବାହ କରି ଚାଲିଥିବା ବେଳେ, ରାଜ୍ୟ ସରକାର ଏଇ ଗଣପର୍ବ ନୂଆଁଖାଇ କୁ ଯେତିକି ଗୁରୁତ୍ୱ ଦେବା କଥା ସେତିକି କରି ନାହାନ୍ତି।

ଏଣୁ ପରବାସି କୁଟୁମ୍ ପକ୍ଷରୁ କେତେକ ସଦସ୍ୟ ଚଳିତ ବିଜେପି ସରକାରଙ୍କ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଉପମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ,ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗୀୟ ମାନ୍ୟବର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ମାନ୍ୟବର ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, ବିଜେପୁର ନିର୍ବାଚନ ମଣ୍ଡଳୀର ବିଧାୟକ ଜମିଦାର ସନତ କୁମାର ଗଡତୀୟା, ଭଟଲି ନିର୍ବାଚନ ମଣ୍ଡଳୀର ବିଧାୟକ ଇରାଶିଷ ଆଚାର୍ଯ୍ୟ,ଅତାବିରା ନିର୍ବାଚନ ମଣ୍ଡଳୀର ବିଧାୟକ ନିହାର ମହାନନ୍ଦ, କ୍ୟାବିନେଟ ମନ୍ତ୍ରୀ ରବିନାରାୟଣ ନାୟକ ଏବଂ ବ୍ରଜରାଜନଗର ବିଧାୟକ ସୁରେଶ ପୂଜାରୀଙ୍କୁ ସାକ୍ଷାତ କରି ବିଧାନ ସଭା ପ୍ରକୋଷ୍ଠରେ ତିନିଦିନିଆ ନୂଆଁଖାଇ ଛୁଟି ଘୋଷଣା କରିବାକୁ ଦାବି ପତ୍ର ପ୍ରଦାନ କରିଛନ୍ତି।

error: Content is protected !!