Sunday, March 8, 2026
Homeରାଜ୍ୟନୂଆଁଖାଇ ଅବସରରେ ନିଷ୍ଠା ପରିବାର ତରଫରୁ ରକ୍ତ ଦାନ ଶିବିର:୩୧ୟୁନିଟ ରକ୍ତ ସଂଗୃହୀତ ।

ନୂଆଁଖାଇ ଅବସରରେ ନିଷ୍ଠା ପରିବାର ତରଫରୁ ରକ୍ତ ଦାନ ଶିବିର:୩୧ୟୁନିଟ ରକ୍ତ ସଂଗୃହୀତ ।

ବରଗଡ-ପଶ୍ଚିମ ଓଡ଼ିଶାର ମହାନ୍ କୃଷୀ ଭିତ୍ତିକ ଗଣ ପର୍ବ “ନୂଆଁଖାଇ” ଅବସରରେ ନିଷ୍ଠା ପରିବାର ତରଫ ରୁ ବରଗଡ଼ ବ୍ଲକ ଅନ୍ତର୍ଗତ ଅଡ଼ଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସହଁରାପାଲି ଛକ ଭେଡେନ ରୋଡ ରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା।ଏହି ଶିବିରକୁ ପ୍ରକୃତି ବନ୍ଧୁ(ଭେଡେନ ରାସ୍ତା କଡ ରେ ବୃକ୍ଷ ରୋପଣ କରିଥିବା) ଶ୍ରୀ ରଘୁ ନାଥ ପଧାନ ମୁଖ୍ୟ ଅତିଥି ଭାବରେ ଓ ସମ୍ବାନିତ ଅତିଥି ଭାବରେ ଖଣ୍ଡହଥା ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀ ଚିତ୍ରସେନ ସାହୁ ଯୋଗଦେଇ ଫିତା କାଟି ଶିବିର ର ଶୁଭାରମ୍ଭ କରିଥିଲେ। ରକ୍ତ ଭଣ୍ଡାରରେ ରକ୍ତାଭାବ ଥିବା କଥାକୁ ବୁଝି ପାରି ଅଡ଼ଗାଁ ଛକ,ସହଁରାପାଲି ଛକ ଓ ସ୍ଥାନୀୟ ଅଞ୍ଚଳ ବାସୀ ଉତ୍ସାହ ର ସହିତ ସ୍ୱେଚ୍ଛାକୃତ ଭାବ ରେ ରକ୍ତ ଦାନ କରିଥଲେ।

ଏହି ଶିବିରରୁ ସର୍ବମୋଟ ୩୧ ୟୁନିଟ ରକ୍ତ ବରଗଡ଼ ରକ୍ତ ଭଣ୍ଡାର ଦ୍ଵାରା ସଂଗୃହୀତ ହୋଇଥିଲା।ଏହି ଶିବିର କୁ ନିଷ୍ଠା ପରିବାର ର ଉପ ସଭାପତି କ୍ଷିରୋଦ୍ର ସାହୁ,ଉପଦେଷ୍ଟା ଉତ୍ତମ ଦାସ,ଅଶ୍ୱିନୀ ତ୍ରିପାଠୀ,ଖଗେଶ୍ବର ସାହୁ, ଦୀନ ବନ୍ଧୁ ନାଗ,ତ୍ରିପୁରା ସୁହୂଲା, ସୁଦର୍ଶନ ସାହୁ,ରମଣୀ ଷଡ଼ଙ୍ଗୀ, ତ୍ରିମଲ ସାହୁ ଓ ଅନ୍ୟ ସଦସ୍ୟ ସଦସ୍ୟା ମାନେ ପରିଚାଳନା କରିଥଲେ।ସମସ୍ତ ରକ୍ତ ଦାତା, ଶୁଭେଛୁ ଓ ସହଯୋଗୀ ମାନଙ୍କୁ ନିଷ୍ଠା ପରିବାର ତରଫରୁ ବହୁତ ବହୁତ ଧନ୍ୟବାଦ।

error: Content is protected !!