Wednesday, January 29, 2025
spot_imgspot_imgspot_img
Homeଅଘଟଣନିଷ୍ଠା ପରିବାର ଦ୍ଵାରା ଅସହାୟ ଶବ ସତ୍କାର ।

ନିଷ୍ଠା ପରିବାର ଦ୍ଵାରା ଅସହାୟ ଶବ ସତ୍କାର ।

ବରଗଡ଼-ବରଗଡ଼ ଜିଲ୍ଲା ବରଗଡ ବ୍ଲକ ଅନ୍ତର୍ଗତ ଖୁଣ୍ଟପାଲି ଗ୍ରାମରେ ବସବାସ କରୁଥିବା ସନାତନ ବରିହାଙ୍କ ୪୬ବର୍ଷ ବୟସରେ ମୃତ୍ୟୁ ହେଲା। ତାଙ୍କ ପରିବାରରେ ଜଣେ ମାନସିକ ରୋଗଗ୍ରସ୍ତ ଭାଇ ଶତୃଘ୍ନ ବରିହାଙ୍କ ବ୍ୟତିତ କେହି ନାହିଁନ୍ତି । ଶବ ସତ୍କାର ପାଇଁ ସମ୍ପର୍କିୟ ତଥା ଜାତି ଭାଇଙ୍କୁ ସରପଞ୍ଚ ଶ୍ରୀ ବେଲାର ମେହେର ଓ ପଡାବାସୀ ଯେତେ ବୁଝାଇଲେ ବି କେହି ଆସିଲେ ନାହିଁ ।

ଶେଷରେ ସରପଞ୍ଚ ବେଲାର ମେହେର ଶବ ସତ୍କାର ପାଇଁ ନିଷ୍ଠା ପରିବାରର ଉପଦେଷ୍ଟା ଅଶ୍ୱିନୀ ତ୍ରିପାଠୀଙ୍କୁ ଖବର ଦେଇ ଥିଲେ। ତୁରନ୍ତ ନିଷ୍ଠା ପରିବାରର ସଦସ୍ୟ ଶ୍ମଶାନ ବନ୍ଧୁ ଗାଡ଼ି ନେଇ ଖୁଣ୍ଟପାଲି ଗାଁ କୁ ଯାଇ ସରପଞ୍ଚ ଓ ପଡାର ତୋଫାନ ସାହୁ, ପୁରନ୍ଦର ସାହୁ, ଶାନ୍ତନୁ ଦାଶ, ସୁଦାମ ଦାଶଙ୍କ ସହଯୋଗରେ ଶବ ସତ୍କାର କରିଥିଲେ ।

ନିଷ୍ଠା ପରିବାରର ଏହି ମହାନକାର୍ଯ୍ୟ ସମାଜ ପାଇଁ ଏକ ବିରଳ ଉଦାହରଣ। ଶବ ସତ୍କାର କାମରେ ନିଷ୍ଠା ପରିବାରର ଉପ ସଭାପତି ବିଦ୍ୟାଧର ଭୋଇ,ଇନ୍ଦ୍ରଜିତ ଗଡତିଆ,ଝସ ସାହୁ ପ୍ରମୁଖ ଉପସ୍ଥିତ ରହି ସସମ୍ମାନେ ଶବ ସତ୍କାର କରିଥିଲେ।

error: Content is protected !!