ଭେଡେନ-ଉତ୍କଟ ରକ୍ତ ଅଭାବକୁ କିଛି କାଂଶରେ ଦୂର କରିବା ପାଇଁ ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ବହଲପାଲି ଗ୍ରାମର ବିଜୟ କ୍ଲବ ଓ ନିଷ୍ଠା ପରିବାର ମିଳିତ ଆନୁକୁଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିରକୁ ବାଳକୃଷ୍ଣ ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଫିତା କାଟି ଶିବିରକୁ ଶୁଭାରମ୍ଭ କରିଥିଲେ। ଏହି ଶିବିରରେ ବୁର୍ଲା ରକ୍ତ ଭଣ୍ଡାର ଦ୍ଵାରା ସର୍ବମୋଟ ୫୦ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।
ଏହି ଶିବିରକୁ ବିଜୟ କ୍ଲବର ଉମାକାନ୍ତ ସାହୁ, ସୁବ୍ରତ ପଧାନ, ମାନଭଞ୍ଜନ ସାହୁ, ଯୋଗେଶ୍ୱର ରଥ ଓ ନିଷ୍ଠା ପରିବାର ର ସଦସ୍ୟ ମାନେ ସୁପରିଚାଳନା କରିଥିଲେ। ରକ୍ତ ଦାନ ଶିବିର ଆୟୋଜନ ପାଇଁ ବିଜୟ କ୍ଲବକୁ ନିଷ୍ଠା ପରିବାର ତରଫରୁ ଏକ ସ୍ମୃତି ଫଳକ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ସେହିପରି ବରଗଡ ଜିଲ୍ଲା ଗୋଡ଼ଭଗା ଅନ୍ତର୍ଗତ ସିଲେଟ ଗ୍ରାମର ସ୍ବର୍ଗତ ଧିରଜ କୁମାର ସାହୁଙ୍କ ଗଙ୍ଗା ଶ୍ରାଦ୍ଧ ଅବସରରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା।
ଏହି ଶିବିରକୁ ସ୍ବର୍ଗତ ଧିରଜ କୁମାର ସାହୁଙ୍କ ବଡ଼ବାପା ଲିଙ୍ଗରାଜ ସାହୁ, ରାଧେଶ୍ୟାମ ସାହୁ, ନାରାୟଣ ସାହୁ ସମସ୍ତେ ମିଶି ଫିତା କାଟି ଶୁଭାରମ୍ଭ କରିଥିଲେ। ଏହି ଶିବିରରୁ ସମ୍ବଲପୁର ରକ୍ତ ଭଣ୍ଡାର ଦ୍ଵାରା ସର୍ବମୋଟ ୪୦ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ଗଙ୍ଗାଶ୍ରାଦ୍ଧରେ ରକ୍ତଦାନ ଶିବିର ଆୟୋଜନ କରି ସାହୁ ପରିବାର ଏକ ଉଦାହରଣ ସୃଷ୍ଟି କରିଛନ୍ତି।
ଉଭୟ ଶିବିର ରୁ ସର୍ବମୋଟ ୯୦ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ରକ୍ତ ଦାନ ଶିବିର ଆୟୋଜନ ପାଇଁ ସାହୁ ପରିବାରକୁ ଆମ ନିଷ୍ଠା ପରିବାର ତରଫରୁ ଏକ ସ୍ମୃତି ଫଳକ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଉଭୟ ଶିବିରକୁ ନିଷ୍ଠା ପରିବାରର ସଦସ୍ୟ ସଦସ୍ୟା ମାନେ ସୁପରିଚାଳନା କରିଥିଲେ।