Saturday, March 7, 2026
Homeରାଜ୍ୟନିଷ୍ଠା ପରିବାରର ରେଡ ଡ୍ରପ ମାରାଥନ ଖଣ୍ଡହଥାରୁ ଆରମ୍ଭ,ପ୍ରଥମ ଦିନରେ ୪୩ ୟୁନିଟ ରକ୍ତ ସଂଗୃହୀତ...

ନିଷ୍ଠା ପରିବାରର ରେଡ ଡ୍ରପ ମାରାଥନ ଖଣ୍ଡହଥାରୁ ଆରମ୍ଭ,ପ୍ରଥମ ଦିନରେ ୪୩ ୟୁନିଟ ରକ୍ତ ସଂଗୃହୀତ ।

ବରଗଡ଼-ବରଗଡ଼ ବ୍ଲକ ଅନ୍ତର୍ଗତ ଖଣ୍ଡହଥା ଗ୍ରାମ ରେ ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ନିଷ୍ଠା ପରିବାର ତରଫରୁ ଜାନୁଆରୀ ୦୧ ରୁ ଫେବୃଆରୀ ୦୨ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୩୩ ଦିନ ଧରି ହେବାକୁ ଥିବା ରକ୍ତଦାନ ଶିବିର ରେଡ ଡ୍ରପ ମାରାଥନର ପ୍ରଥମ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଖଣ୍ଡହଥା ଜଗନ୍ନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ବରଗଡ଼ ଉପ ଜିଲ୍ଲାପାଳ ଶ୍ରୀମାନ ପ୍ରସନ୍ନ କୁମାର ପାଣ୍ଡେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ।

ଉପଜିଲ୍ଲାପାଳ ଶ୍ରୀମାନ ପାଣ୍ଡେଙ୍କୁ ଖଣ୍ଡହଥା ଗ୍ରାମବାସୀ ଓ ମହିଳା ମାନେ କୀର୍ତ୍ତନ କରି ପାଛୋଟି ନେ଼ବା ପରେ ଉପ ଜିଲ୍ଲାପାଳ ଫିତା କାଟି ଶିବିରର ଶୁଭାରମ୍ଭ କରିବା ସହ ନିଷ୍ଠା ପରିବାର ତରଫରୁ ଆୟୋଜିତ ରେଡ ଡ୍ରପ ମାରାଥନକୁ ପ୍ରଶଂସା କରିଥିଲେ ଓ ରକ୍ତ ଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ଏହି ଶିବିରରୁ ବରଗଡ଼ ରକ୍ତ ଭଣ୍ଡାର ଦ୍ଵାରା ଦୁଇ ଯୋଡା ଦମ୍ପତ୍ତି, ଚାରି ଜଣ ମହିଳା ରକ୍ତ ଦାତା ଙ୍କ ସମେତ ୩୫ ଜଣ ପୁରୁଷ ରକ୍ତ ଦାତା ସର୍ବମୋଟ ୪୩ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ନିଷ୍ଠା ପରିବାରର ସମସ୍ତ ସଦସ୍ୟ ସଦସ୍ୟା ଶିବିରର ସୁପରିଚାଳନା କରିଥିଲେ।

error: Content is protected !!