Tuesday, April 22, 2025
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିନିର୍ମଳା ଯୋଗାଉଛି ଅସହାୟଙ୍କ ମୁହଁରେ ଦାନା ।

ନିର୍ମଳା ଯୋଗାଉଛି ଅସହାୟଙ୍କ ମୁହଁରେ ଦାନା ।

ବରଗଡ଼-ବରଗଡ ସରକାରୀ ଡାକ୍ତରଖାନା ପରିସରରେ ନିର୍ମଳା ରୋଷେଇ ଏବେ ପାଲଟିଛି ବିଭିନ୍ନ ଦୂରଦୂରାନ୍ତରୁ ଆସୁଥିବା ରୋଗୀଙ୍କ ଜ୍ଞାତିଜନ ଓ ଦିବ୍ୟାଙ୍ଗ ଙ୍କ ପାଇଁ ମୁଠାଏ ଭୋଜନର ସାହାରା। ଭୋଭିଡ ସମୟରେ ପତ୍ନୀ ନିର୍ମାଳାଙ୍କୁ ହରାଇ ତାଙ୍କ ସ୍ମୃତିରେ ଗଠିତ ନିର୍ମଳା ଚାରିଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷ ତଥା ସମାଜସେବୀ ଏଡଭୋକେଟ ଶ୍ୟାମସୁନ୍ଦର ଅଗ୍ରୱାଲଙ୍କ ସହଯୋଗରେ ଏବଂ ବରଗଡ଼ ସମାଜସେବୀ ସଂଘ ତଥା ବଳିଷ୍ଠ ଦୁର୍ଗା ସଭାପତିଙ୍କ ପରିଚାଳନାରେ ନିର୍ମଳା ରୋଷେଇ ପ୍ରତି ରବିବାର ଦିବା ୧୧ ଘଣ୍ଟାରୁ ଆସୁଥିବା ରୋଗୀଙ୍କ ସହଯୋଗୀ ଏବଂ ଦିବ୍ୟାଙ୍ଗ ମାନଙ୍କୁ ଶୁଦ୍ଧ ଭୋଜନ ଯୋଗାଇ ଆସୁଅଛି।

ଏହା ଅନ୍ୟ ମାନଙ୍କ ପାଇଁ ଏକ ପ୍ରେରଣା କହିଲେ ଅତ୍ୟୁକ୍ତି ହେବନାହିଁ। ସହକାରୀ ଭାବେ ରୋଗୀଙ୍କ ସହ ଆସୁଥିବା ସହଯୋଗୀ ଓ ଦିବ୍ୟାଙ୍ଗ ମାନଙ୍କ ପାଇଁ ସରକାରୀ ଭାବେ ଏପରି ସହାୟତା ନଥିବା ବେଳେ ପ୍ରତି ରବିବାର ଏପରି ନିର୍ମଳ ଖାଦ୍ୟ ରୋଗୀଙ୍କ ସହଯୋଗୀଙ୍କୁ ଯୋଗାଇବା ଏକ ବାସ୍ତବରେ ଏକ ସୁନ୍ଦର ପଦକ୍ଷେପ ଓ ଆଦର୍ଶ କାର୍ଯ୍ୟ ଅଟେ। ଆଗାମୀ ଦିନରେ ସରକାରୀ ଭାବେ ଖାଦ୍ୟ ଯୋଗାଯାଉ ବୋଲି ସମ୍ମାନୀତ ବ୍ୟକ୍ତି ବରିଷ୍ଠ ସାମ୍ବାଦିକ ପ୍ରଦୀପ ଭାନୁ ମହାନ୍ତି ଏବଂ ସାମ୍ବାଦିକ ଆନନ୍ଦ ମହାପାତ୍ର ନିଜ ବକ୍ତବ୍ୟରେ ପ୍ରକାଶ କରିଛନ୍ତି।

error: Content is protected !!