Saturday, November 23, 2024
spot_imgspot_imgspot_img
Homeଅଘଟଣନିର୍ବାଚନ ବେଳେ ଆନ୍ଦୋଳନ: ଫସଲ ବୀମା ପ୍ରାପ୍ଯ ପାଇଁ ଭେଡ଼େନ କୃଷକ ସଂଗଠନ ପକ୍ଷରୁ ତାଲାବନ୍ଦ...

ନିର୍ବାଚନ ବେଳେ ଆନ୍ଦୋଳନ: ଫସଲ ବୀମା ପ୍ରାପ୍ଯ ପାଇଁ ଭେଡ଼େନ କୃଷକ ସଂଗଠନ ପକ୍ଷରୁ ତାଲାବନ୍ଦ ଆନ୍ଦୋଳନ।

ବରଗଡ-ଭେଡେନ ବ୍ଲକ କୃଷକ ସଂଗଠନ ତାଲା ଦେଇ ଧାରଣାରେ ବସିଲା। ନିର୍ବାଚନ ସମୟରେ କୃଷକ ମାନଙ୍କ ସମସ୍ୟା ଉଭେଇ ନଯାଉ କାରଣ କୃଷକ ମାନେ ଅନ୍ନ ଦାତା, ଭୋଟର, କରଦାତା ହେଲେ ନିର୍ବାଚନ ସମୟରେ ତାର ସମସ୍ୟା ବୁଝିବାକୁ ପ୍ରଶାସନ ର ସମୟ ନାହିଁ। ଭେଡେନ ବ୍ଲକ କୃଷକ ସଂଗଠନ ପକ୍ଷରୁ ସୋସାଇଟି, ସମବାୟ ବ୍ୟାଙ୍କ ଫସଲ ବୀମା ନ ମିଳିବା ପ୍ରତି ବାଦ ରେ ତାଲା ବନ୍ଦ କରି ଆନ୍ଦୋଳନ ରେ ବସିଛନ୍ତି। ପ୍ରକାଶ ଥାଉ କି ଗତ ରବି ଋତୁ ରେ ଭେଡେନ , ଅତାବିରା ବ୍ଲକ ରେ କରମାଡ଼ ଖୋଇଥିବା କାରଣ ରୁ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଥିଲା।

ସେହି ସମୟରେ ଇନପୁଟ ଏବଂ ଇନ୍ସୁରାନ୍ସ କ୍ଷତିଗ୍ରସ୍ତ ଚାଷୀଙ୍କୁ ଦେବା ପାଇଁ ପ୍ରଶାସନିକ ତତପରତା ଦେଖାଇ ସଠିକ ଆକଳନ କରିଥିଲେ। ହେଲେ ଇନପୁଟ ସବସିଟି କାହାକୁ ମିଳିଲା ତ କାହାକୁ ନାହିଁ ଠିକ ସେମିତି ଫସଲ ବୀମା ମଧ୍ୟ ବହୁତ ଡେରିରେ ବରଗଡ଼ ଜିଲ୍ଲାରେ ୧୧ କୋଟି ଟଙ୍କା ପାଇଥିବା କମ୍ପାନୀ ପ୍ରକାଶ କରିଥିଲା । କିନ୍ତୁ ଅନ୍ୟ ବ୍ୟାଙ୍କ ମାନଙ୍କ ରେ କ୍ଷତିଗ୍ରସ୍ତ ଚାଷୀ କ୍ଷତିପୂରଣ ଟଙ୍କା ପାଇଥିବା ବେଳେ ସୋସାଇଟି ର ଚାଷୀ ମାନଙ୍କ କ୍ଷତିପୂରଣ ଟଙ୍କା ଆଜି ପର୍ଯ୍ୟନ୍ତ ମିଳିନାହିଁ। କମ୍ପାନୀ କହିବା ଅନୁସାରେ ପ୍ରଥମେ ସୋସାଇଟି ଜରିଆରେ କ୍ଷତିପୂରଣ ମିଳୁଥଲା ଏବେ ସିଧା ସଳଖ ଚାଷୀଙ୍କ ଆକାଉଣ୍ଟ ରେ ଟଙ୍କା ଆସୁଛି ସେଥିପାଇଁ ଯାହାର ଆଧାର ସମ୍ପର୍କ ନାହିଁ ତାହାର ଟଙ୍କା ଆସିପାରିନାହିଁ।

ବଞ୍ଚିତ ସମସ୍ତ ଚାଷୀ ଆଧାର ସମ୍ପର୍କ କରି ସୋସାଇଟି ମାନେ ପଠାଇଛନ୍ତି।  କମ ଦିନ ମଧ୍ୟରେ କ୍ଷତିପୂରଣ ମିଳିବ କହୁଛି କିନ୍ତୁ ଚାଷୀ ମାନେ ସେ କଥା ଶୁଣିବାକୁ ନାରାଜ ତାଙ୍କର ଗୋଟିଏ ଜିତ କ୍ଷତିପୂରଣ ନ ମିଳିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ। ଦରକାର ପଡିଲେ ରାଜରାସ୍ତା ଅବରୋଧ କରିବା ପାଇଁ ବାଧ୍ୟ ହେବୁ ବୋଲି ଚେତାବନୀ ଦେଇଛନ୍ତି। ଆନ୍ଦୋଳନ ର ନେତୃତ୍ୱ ନେଇଥିଲେ ଉତ୍ପନ୍ନ ଭୋଇ, ନନେନ୍ଦ୍ର ଭୋଇ, ସୁଦାମ ପାତ୍ର, ଚୂଡ଼ାମଣି ଛନ୍ଦ, ବିଜୟ ସାହୁ, କୁନା ପଧାନ, ବଦ୍ମନାଭ ରାଣ, ନନ୍ଦୀ ନାଗ, ଉମେଶ ହୋତା, ବିଜୟ ଲହରିୟା, ଗଙ୍ଗା ପାତ୍ର, ଅଶୋକ ବାଘ, ବାବୁଲାଲ ଭୋଇ, ସୁବ୍ରତ ପଧାନ, ନବୀନ ଭୋଇ, ବୃନ୍ଦାବନ ସାହୁ , ବାବ୍ରୁ ସାହୁ,ରମେଶ ମହାପାତ୍ର ସହିତ ଶତାଧିକ ଚାଷୀ ସାମିଲ ହୋଇଥିଲେ।

error: Content is protected !!