ଆଗାମୀ ସାଧାରଣ ନିର୍ବାଚନକୁ ନିରପେକ୍ଷ ଓ ଭୟ ଶୂନ୍ୟ କରିବା ପାଇଁ ପ୍ରଶାସନ ପକ୍ଷରୁ କସରତ ଆରମ୍ଭ ହୋଇଛି।ଛତିଶଗଡ ସରେଇପାଲି ସୀମାନ୍ତ ଓଡିଶାର ଗୁଣ୍ତିଚାଡିହି ଜଙ୍ଗଳରେ ଏକ ବଡ ଧରଣର ଅବକାରୀ ଚଢାଉ କରାଯାଇଛି।ଜିଲ୍ଲା ଅବକାରୀ ସ୍କାର୍ଡ,ଅବକାରୀ ଥାନା ଅଧିକାରୀ ପଦ୍ମପୁର,ସୋହେଲା,ପାଇକମାଲ,ବନ ବିଭାଗ କର୍ମଚାରୀ ଓ ଜଗଦଲପୁର ଥାନା ଅଧିକାରୀ,ଷ୍ଟାଫ ଉକ୍ତ ଜଙ୍ଗଳରେ ଚଢାଉ କରି ୫୫୫୦ ଲିଟର ମହୁଲ ପୋଚ ,୫୬୦ ଲିଟର ଦେଶି ମଦକୁ ନଷ୍ଟ କରିଛନ୍ତି।ମଦ ତିଆରି ପାଇଁ ବ୍ୟବହୃତ ଡେକଚି ଓ ଅନ୍ୟାନ୍ୟ ସାମଗ୍ରି ଜବତ କରିଛନ୍ତି।ଖବର ପାଇ ଅଭିଯୁକ୍ତ ଫେରାର ହୋଇଥିଲେ।