Saturday, March 7, 2026
Homeଅଘଟଣନିରଞ୍ଜନ ରଥଙ୍କ ବିୟୋଗରେ ଶୋକସଭା ।

ନିରଞ୍ଜନ ରଥଙ୍କ ବିୟୋଗରେ ଶୋକସଭା ।

ଅତାବିରା(ସୁରେନ୍ଦ୍ର କଠାର)-ଅତାବିରା ବ୍ଲକସ୍ଥିତ ଲରମ୍ଭା ମହାବିଦ୍ୟାଳୟ ଲରମ୍ଭାର ଜୀବ ବିଜ୍ଞାନର ସେବାନିବୃତ ବିଜ୍ଞାନ ପରୀକ୍ଷାଗାର ସହାୟକ ନିରଞ୍ଜନ ରଥଙ୍କ ବିୟୋଗରେ ଶୋକସଭା ଅନୁଷ୍ଠିତ ହୋଇ ଦିବଙ୍ଗତ ଆତ୍ମାର ମୁକ୍ତି ସକାଶେ ଦୁଇମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ସେ ୧୯୭୩ ମସିହା ରେ ଲରମ୍ଭା ମହାବିଦ୍ୟାଳୟରେ ଯୋଗଦାନ କରି ୨୦୧୦ ମସିହାରେ ଅବସର ନେଇଥିଲେ। ।

ଜଣେ ମିଷ୍ଟଭାଷୀ, ପରୋପକାରୀ, ଛାତ୍ରବତ୍ସଳ, ନାଟ୍ୟ ନିର୍ଦ୍ଦେଶକ, କାର୍ଯ୍ୟଦକ୍ଷ ଭାବରେ ସେ ବେଶ ଜଣାଶୁଣା । । ଶେଷରେ ୭୫ ବର୍ଷ ବୟସରେ ତାଙ୍କ ବାସଭବନରେ ଇହଲୀଳା ସମ୍ବରଣ କଲେ। କଲେଜ ଅଧ୍ୟକ୍ଷ ଡ. ପ୍ରମୋଦ କୁମାର ଭୋଇଙ୍କ ସଭାପତିତ୍ବରେ ଅଧ୍ୟାପକ ପ୍ରଦୀପ କୁମାର ପଣ୍ଡା, ସରୋଜ କୁମାର ନାୟକ, ମୁଖ୍ୟ କିରାଣୀ ପ୍ରମୋଦ ଚନ୍ଦ୍ର ସେଠ ସ୍ନୁତି ଚାରଣ କରିଥିଲେ।

error: Content is protected !!