Saturday, April 19, 2025
spot_imgspot_imgspot_img
Homeରାଜନୀତିନିଜ ମତ ସାବ୍ୟସ୍ତ କଲେ ନବୀନ ପଟ୍ଟନାୟକ:ବଡ ବ୍ୟବଧାନରେ ବିଜେଡି ଜିତିବା ନେଇ ଦେଲେ ସୂଚନା...

ନିଜ ମତ ସାବ୍ୟସ୍ତ କଲେ ନବୀନ ପଟ୍ଟନାୟକ:ବଡ ବ୍ୟବଧାନରେ ବିଜେଡି ଜିତିବା ନେଇ ଦେଲେ ସୂଚନା ।

ଭୁବନେଶ୍ବର- ଚାଲିଛି ଗଣତନ୍ତ୍ରର ମହାପର୍ବ। ଦେଶରେ ଚାଲିଛି ଷଷ୍ଠ ଏବଂ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ। ତେବେ ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇ ମତଦାନ ସାବ୍ୟସ୍ତ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସେ ଏରୋଡ୍ରମ୍‌‌ ୟୁପି ସ୍କୁଲ କେନ୍ଦ୍ରରେ ଭୋଟ ଦେଇଛନ୍ତି। ଏହାପରେ ସେ ସେଲଫି ପଏଣ୍ଟରେ ଫଟୋ ଉଠାଇଥିଲେ। ମତ ସାବ୍ୟସ୍ତ ପରେ ଗଣମାଧ୍ୟକୁ ପ୍ରତିକ୍ରିୟା ଦେଇ କହିଥିଲେ , ବିଜେଡ଼ିର ବଡ଼ ବିଜୟ ହେବ। ରଜ୍ୟରେ ସ୍ଥିର ସରକାର ଗଠନ କରିବୁ। ଉଭୟ ଲୋକସଭା ଓ ବିଧାନସଭାରେ ବିଜେଡ଼ିକୁ ବଡ଼ ବିଜୟ ମିଳିବ। ଏଥିସହ ଚଳିତ ନିର୍ବାରନରେ ଇତିହାସ ରଚିବ ଓଡି଼ଶା। ଓଡ଼ିଶାବାସୀ ଓ ମହାପ୍ରଭୁଙ୍କ ଆଶୀର୍ବଦରେ ଗଠନ ହେବ ସ୍ଥିର ସରକାର। ଏହାସହ ସସସ୍ତ ଭୋଟରଙ୍କୁ ଭୋଟ ଦେବାକୁ ଅପିଲ କରିଛନ୍ତି ନବୀନ ପଟ୍ଟନାୟକ।

error: Content is protected !!