Friday, November 22, 2024
spot_imgspot_imgspot_img
Homeରାଜନୀତିନିଜ ଜନ୍ମମାଟି ପାଇକମାଲରେ ଇଷ୍ଟଦେବୀଙ୍କୁ ପୁଜା କରି ଆଶୀର୍ବାଦ କାମନା କଲେ ପ୍ରଦୀପ ପୁରୋହିତ ।

ନିଜ ଜନ୍ମମାଟି ପାଇକମାଲରେ ଇଷ୍ଟଦେବୀଙ୍କୁ ପୁଜା କରି ଆଶୀର୍ବାଦ କାମନା କଲେ ପ୍ରଦୀପ ପୁରୋହିତ ।

ପଦ୍ମପୁର-ବରଗଡ ଜିଲ୍ଲା ପାଇକମାଲ ରେ ତଥା ନିଜ ଜନ୍ମ ମାଟିରେ ଶନିବାର ନିର୍ବାଚନ ପାଇଁ ଆଶୀର୍ବାଦ କାମନା କରିଛନ୍ତି ପ୍ରଦୀପ ପୁରୋହିତ । ସକାଳେ ବରଗଡ଼ ଲୋକସଭା ଆସନ ର ଭାରତୀୟ ଜନତା ପାର୍ଟି ର ପ୍ରାର୍ଥୀ ଶ୍ରୀ ପ୍ରଦୀପ ପୁରୋହିତ ନିଜ ଧର୍ମପତ୍ନୀ ଶ୍ରୀମତୀ ପ୍ରତିମା ପୁରୋହିତଙ୍କ ସହ ବିରବାଦ୍ୟ ର ତାଳେ ତାଳେଚାଲି ଚାଲି ଯାଇ ପାଇକମାଲର ଇଷ୍ଟ ଦେବୀ ତଥା ଶ୍ରୀ ପୁରୋହିତଙ୍କ କୁଳ ଦେବୀ ମାଁ ବିନ୍ଧ୍ୟ ବାସିନୀଙ୍କ ଠାରେ ଗ୍ରାମର ଗୌନ୍ତିଆ ଘର କୁ ଯାଇ ମାଁ ବିନ୍ଧ୍ୟ ବାସିନୀଙ୍କ ଠାରେ ପୂଜା ଅର୍ଚ୍ଚନା ସହ ଦର୍ଶନ କରି ଆଶୀର୍ବାଦ କାମନା କରିଛନ୍ତି । ଏହି କାର୍ଯ୍ୟକ୍ରମ ସମୟ ରେ ପାଇକମାଲ ଜିଲ୍ଲା ପରିଷଦ ଶ୍ରୀ ସୁରେନ୍ଦ୍ର ପ୍ରତାପ ସିଂ ବରିହା,ଜିଲ୍ଲା ଉପ ସଭାପତି ସରୋଜ ସାମଲ,ବରିଷ୍ଠ ନେତା ଗୋବର୍ଦ୍ଧନ ଅଗ୍ରୱାଲ,ସତ୍ୟ ନାଗ, ଯୋଗେନ୍ଦ୍ର ଭୋଇ,ରାଜେନ୍ଦ୍ର ସେଠ୍, ସତ୍ୟଭୂଷଣ ସାହୁ,ସୁଶାନ୍ତ ଭୋଇ, ସଞ୍ଜୟ ବେହେରା,ଏମ ଡି ରାଜା, ରୋସନ ପାଣିଗ୍ରାହୀ,ନୀତେଶ ଅଗ୍ରୱାଲ, ବଳରାମ ସାହୁ,ହାଡୁ ସାହୁ,ସୁବାସ ମେହେର ତଥା ଶତାଧିକ କାର୍ଯ୍ୟକର୍ତ୍ତା ଓଅସଂଖ୍ୟ ମା ଭଉଣୀ ମାନେ ମାନେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ ରେ ପାଇକମାଳ ତରଫରୁ ଶ୍ରୀ ପୁରୋହିତଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା କରାଯାଇଥିଲା ଏବଂ ବିନୋଦ କାଳିଆ ଓ ସନ୍ତୋଷ ପାଣିଗ୍ରାହୀ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନକରିଥିଲେ । ସେହିପରି ଶୁକ୍ରବାର ନିଜ ପୂର୍ବପୁରୁଷ ଙ୍କ ଜନ୍ମମାଟି ଗାଇସିଲେଟ ଗ୍ରାମକୁ ଯାଇନିଜ ଇସ୍ତଦେବୀ ଙ୍କୁ ପୁଜା କରି ଆଶୀର୍ବାଦ ଭିକ୍ଷା କରିଥିଲେ ।

error: Content is protected !!