ବରଗଡ଼-ବରଗଡ଼ନିଗମାନନ୍ଦ ବିହାର ଗଳି ନମ୍ବର ୭ ରେ ଗୁରୁବାର ସନ୍ଧ୍ୟା ୬ ୩୦ ରୁ ୭ ଘ ମଧ୍ୟରେ ସ୍ବର୍ଗତ ଦିଲ୍ଲୀପ ସାହୁଙ୍କ ଘରୁ ଡକାୟତି ହୋଇଥିବା ଜଣା ପଡ଼ିଛି । ସ୍ବର୍ଗତ ଦିଲ୍ଲୀପ ସାହୁ ଙ୍କ ମୃତ୍ୟୁ ପରେ ତାଙ୍କର ଧର୍ମ ପତ୍ନୀ ଓ ଦୁଇ ଝିଅ ଘରେ ଘରେ ରହୁଥିଲେ ।ତେବେ କୌଣସି କାର୍ଯ୍ୟରେ ମାଆ ଓ ଗୋଟିଏ ଝିଅ ଭଟଲି ଛକ କୁ ଯିବା ବେଳେ ତାଙ୍କ ଅନୁପସ୍ଥିତି ର ସୁଯୋଗ ନେଇ ଦୁଇ ଜଣ ମୁଖାଧାରି କଳିଙ୍ଗ ବେଲ ଦେଇଥିଲେ ।ଘର ଭିତରେ ଥିବା ଝିଅ କବାଟ ଖୋଲିବାରୁ ତାକୁ କପଡା ଗୁଡେ଼ଇ ବାନ୍ଧି ଦେଇ ଘରେ ଥିବା ଗହଣା ଅଳଙ୍କାର ନେଇ ଯାଇଥିଲେ ।
ତେବେ ମାଆ ଓ ଝିଅ ବଜାର ରୁ ଫେରିବା ପରେ ନିଜ ଝିଅ ବନ୍ଧା ଅବସ୍ଥା ରେ ଦେଖି ପୋଲିସ କୁ ଖବର ଦେଇଥିଲେ ।ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କାର୍ଯ୍ୟ ଚଳାଇଥିବା ଜଣା ପଡ଼ିଛି । ତେବେ ଏଭଳି ଏକ ଡକାୟତି ଘଟଣା ସମସ୍ତଙ୍କୁ ଚକିତ କରିଥିବା ବେଳେ ତଦନ୍ତ ପରେ ସବୁ ଘଟଣା ଜଣା ପଡ଼ିବ ବୋଲି ପୋଲିସ ସୂଚନା ଦେଇଛନ୍ତି ।