Saturday, March 7, 2026
Homeଅଘଟଣନିଆଁ ଆଁରେ ପାଉଁଶ ହୋଇଗଲା ବର୍ଷକର ଫସଲ।

ନିଆଁ ଆଁରେ ପାଉଁଶ ହୋଇଗଲା ବର୍ଷକର ଫସଲ।

କଣ୍ଟାବାଞ୍ଜି-ଜଣେ ଚାଷୀ ବର୍ଷ ତମାମ ନିଜର ପରିଶ୍ରମ କରି ତିନି ଏକର ଜମିରେ ଧାନ ଚାଷ କରିଥିଲା। ଧାନ କାଟି ଜମିରେ ଗଛିତ ରଖିଥିବା ବେଳେ ଜଣେ ଗଛିତ ଧାନକୁ ଜଣେ ଦୁବୃର୍ତ୍ତ ନିଆଁ ଲଗେଇ ଦେଇଥିବା ନେଇ ଚାଷୀ ଜଣକ ଥାନାରେ ଏତଳା ଦେଇଛନ୍ତି।

ସୂଚନା ଅନୁସାରରେ ମୁରିବାହାଲ ଥାନା ଅନ୍ତର୍ଗତ ଚଣାବାହାଳ ଗାଁର ଚାଷୀ ତରଣୀ ସୁନା ତାଙ୍କ ଗାଁର ଚାଷ ଜମିରେ କରିଥିବା ଧାନ କାଟି ମେସିନରେ ଧାନ ମଡାଇବାକୁ ରଖିଥିବା ବେଳେ ସେହି ଗାଁର ଜଣେ ବ୍ୟକ୍ତି ସହ ପୂର୍ବ ଶତୃତା ଥିବା ଯୋଗୁଁ ସେହି ଧାନକୁ ରାତିରେ ନିଆଁ ଲଗାଇ ଦେଇଥିବା ଯୋଗୁଁ ସବୁ ଧାନ ପାଉସ ହୋଇଛି।

ପ୍ରତ୍ୟେକ ବର୍ଷ ସେହି ଚାଷ ଜମିରୁ ୯୦ ରୁ ୧୦୦ ପକେଟ ଧାନ ବାହାରିଥାଏ। ଚଳିତ ବର୍ଷ ସମୂର୍ଣ୍ଣ ଧାନ ପୋଡି ଯିବାରୁ ଚାଷୀଙ୍କ ଏକ ବର୍ଷର ପରିଶ୍ରମ ପାଉଁଶ ହୋଇଛି। ତେବେ ଏନେଇ କ୍ଷତିଗ୍ରସ୍ତ ଚାଷୀ ତରଣୀ ମୁରିବାହାଲ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

error: Content is protected !!