ବୌଦ୍ଧ-ବୌଦ୍ଧ ବ୍ଲକ ଲକ୍ଷ୍ମୀପ୍ରସାଦ ପଂଚାୟତ ଲୋକକଳା ଗ୍ରାମ ନାରାୟଣନଗର ଠାରେ ନିର୍ମାତ ହୋଇଥିବା ଭବ୍ୟ ଯୁଗ୍ମ ମନ୍ଦିର ଶ୍ରୀଜଗନ୍ନାଥ ଓ ଶ୍ରୀରାମଙ୍କ ଦ୍ୱିତୀୟ ଦିବସରେ କଂସ ଦରବାର ଆରମ୍ଭ ହୋଇଛି । ସକାଳ ୯ ଟା ରେ ନବାହ ପାରାୟଣ ଆରମ୍ଭ ହୋଇଛି । ଏଥିରେ ବ୍ୟାସ ଭାବେ ପାଟଣାଗଢ଼ର ଶାନ୍ତନୁ ତ୍ରିପାଠୀ ଯୋଗଦାନ କରି ଭଗବାନ ଶ୍ରୀରାମଙ୍କ କଥାମୃତ ପଠନ କରିଥିଲେ । କର୍ତ୍ତା ଭାବେ ଅଞ୍ଜନ କୁମାର ସାହୁ ଓ ତାଙ୍କ ଧର୍ମପତ୍ନୀ ମିନାକି ସାହୁ ଦାୟିତ୍ୱ ତୁଲାଇଥିଲେ । ସନ୍ଧ୍ୟାରେ କଂସ ଦରବାର ଆରମ୍ଭ ହୋଇଥିଲେ । ମନ୍ଦିର ନିର୍ମାଣ କମିଟିର ବରିଷ୍ଠ ସଦସ୍ୟ ରଘୁନାଥ ମେହେରଙ୍କ ସଭାପତିତ୍ୟରେ ଉଦଘାଟଣ କାର୍ଯ୍ୟକ୍ରମ ହୋଇଥିଲା ।
ଏଥିରେ ମୁଖ୍ୟ ଅତିଥି ଭାବେ ମନ୍ଦିର ନିର୍ମାଣ କମିଟିର ବରିଷ୍ଟ ଉପଦେଷ୍ଠା ଭୋଳଗିରି ସାହୁ ଯୋଗଦାନ କରି କଂସ ଦରବାରକୁ ଉଦଘାଟଣ କରିଥିଲେ । ସାମ୍ମନ୍ୱିତ ଅତିଥି ଭାବେ ଲକ୍ଷ୍ମୀପ୍ରସାଦ ସମିତି ସଭ୍ୟ ପିଣ୍ଟୁ ମିର୍ଦ୍ଧା, ସମ୍ପାଦକ ଗୋପାଲକୃଷ୍ଣ ମେହେର, ଆବାହକ ଜଗନ୍ନାଥ ବେହେରା ମଂଚାସୀନ ଥିଲେ l ଜଗନ୍ନାଥ ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ପ୍ରଚାର ପ୍ରସାରର ବିଭାଗର ଆବାହକ ନବକିଶୋର ମେହେର ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହାପରେ କଂସ ରାଜାଙ୍କ ରାଜତ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଉଥିଲା ।