Saturday, January 4, 2025
spot_imgspot_imgspot_img
Homeରାଜ୍ୟନବ ବର୍ଷରେ ଲାଦେରପାଲିରେ ନିଆରା ପରମ୍ପରା: ବୃଦ୍ଧବୃଦ୍ଧା ବନ୍ଧୁ ମିଳନ।

ନବ ବର୍ଷରେ ଲାଦେରପାଲିରେ ନିଆରା ପରମ୍ପରା: ବୃଦ୍ଧବୃଦ୍ଧା ବନ୍ଧୁ ମିଳନ।

ଅତାବିରା(ସୁରେନ୍ଦ୍ର କଠାର)-ବରଗଡ଼ ଜିଲ୍ଲା ଅତାବିରା ଏନ୍ ଏ ସି ଅଧିନ ଲାଦେରପାଲି ଗ୍ରାମରେ ଗ୍ରାମର ସମସ୍ତ ବୃଦ୍ଧ ବୃଦ୍ଧା ତଥା ଆଖପାଖରୁ ବୟସ୍କଙ୍କୁ ନେଇ ଏକ ବନ୍ଦୁମିଳନର ଆୟୋଜିତ ହୋଇଛି | ହନୁମାନ ମନ୍ଦିର ପ୍ରାଙ୍ଗଣରେ ଗ୍ରାମର ଇଷ୍ଟଦେବତା ବୀର୍ ହନୁମାନଙ୍କୁ ପୂଜାର୍ଚ୍ଚନା କରିବା ପରେ ଜଣେ ପରେ ଜଣେ ସମସ୍ତ ବୃଦ୍ଧ ବୃଦ୍ଧାଙ୍କୁ ଫୁଳ ଚନ୍ଦନ ଲଗାଇ ଘଣ୍ଟ,ଶଂଖ ହରିବୋଲ ହୁଳହୁଳି ସହ ତାଙ୍କର ପାଦୁକା ପୂଜା ସହ ଆଦର ସତ୍କାର କରାଯାଏ। ଭଜନ ପ୍ରବଚନ, ରାମାୟଣ ଆଦି ଗାନ କରାଯାଏ ଏବଂ ମଧ୍ୟାହ୍ନରେ ସମସ୍ତଙ୍କ ପାଇଁ ଅନ୍ନ ଭୋଗ ର ବ୍ୟବସ୍ଥା କରାଯାଇଥାଏ। ଆନନ୍ଦ ଉଲ୍ଲାସରେ ଗାଁଆରେ ଏକ ଶାନ୍ତିପୂର୍ଣ୍ଣ ପରିବେଶ ସୃଷ୍ଟି ହୋଇଥାଏ। ସନ୍ଧ୍ୟାରେ କୁନି କୁନିପାଲାଙ୍କ ନୃତ୍ୟ, ସଂଗୀତ, କୀର୍ତ୍ତନ, ସଂଚାର କଳା, କବି ସମ୍ମିଳନୀ ଆଦି ବହୁ ମନୋରଞ୍ଜନ ଧର୍ମି କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥାଏ।

ସମ୍ପ୍ରତିକ ଯୁଗରେ ପୁଅ ବୋହୁ ମାଁ ବାପ୍, ଶାଶୁ ଶ୍ୱଶୁର ଙ୍କୁ ଅନାଦର କରୁଥିବା ବେଳେ, ସେମାନେ ବୁଝି ପାରୁ ନାହାନ୍ତି ଯେ ମାତା ପିତା ହେଉଛନ୍ତି ସାକ୍ଷାତ୍ ଭଗବାନ। ହେଲେ ଲାଦେରପାଲି ର ଏହି ବୃଦ୍ଧ ବୃଦ୍ଧାଙ୍କ ବନ୍ଧୁ ମିଳନ ଟି ସମସ୍ତଙ୍କୁ ଏକତାର ଡୋରିରେ ବାନ୍ଧି ରଖି ମିଲିମିଶି ରହିବାକୁ ନୀତିଶିକ୍ଷା ଦେଇଥାଏ। ଦୂର ଦୁରାନ୍ତରେ ଖୁବ୍ ପ୍ରସଂସା କରାଯାଇ ଭଗବତ ପିପାସୁ ସଂସ୍କୃତି ପ୍ରେମି ମାନେ ଏହାକୁ ଏକ ନିଆରା ପରମ୍ପରା ବୋଲି କହିଥାନ୍ତି। ଏହା କେବଳ ଏକ ନିଆରା ପରମ୍ପରା ନୁହେଁ, ବରଂ ମାନବତା ଏବଂ ସତ୍ୟ ଶାନ୍ତି ଏକତା,ଶିଷ୍ଟାଚାର ର ଶ୍ରେଷ୍ଠ ନିଦର୍ଶନ ଅଟେ। ପ୍ରତିବର୍ଷ ପାଖାପାଖି ଦୁଇ ଶହ ବୃଦ୍ଧ ବୃଦ୍ଧା ପାଦୁକା ପୂଜା ପାଇ ଆଦର ସତ୍କାର ପୂର୍ବକ ହସଖୁସିରେ ଅନ୍ନ ପ୍ରସାଦ ଗ୍ରହଣ କରି ଘରକୁ ଫେରିଥାନ୍ତି।

କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ ଗତ ବର୍ଷ ଇହଧାମ ତ୍ୟାଗ କରିଥିବା ପବିତ୍ର ଆତ୍ମାଙ୍କ ସଦଗତି ନିମନ୍ତେ ନିରବ ପ୍ରାର୍ଥନା କରାଯାଇଥାଏ। ପ୍ରବଚକ ଶ୍ରୀ ଅଏଁଠୁ ସାହୁ (ମହଦା, ବୀରମହାରାଜପୁର, ସୁବର୍ଣ୍ଣପୁର) ଙ୍କ ଦ୍ଵାରା ସୁନ୍ଦରାକାଣ୍ଡ ପରାୟଣ, ସନ୍ଧ୍ୟା ୫ଟାରେ କିର୍ତ୍ତନ୍ୟଧାରା କାର୍ଯ୍ୟକ୍ରମ ରେ ଗାୟକ ବୁଲୁ ସତପଥି, ବିଶ୍ୱାମିତ୍ର ପାଣ୍ଡେ, ରଘୁନାଥ ବଘାର, ଚନ୍ଦନ ମହାର, ପ୍ରହଲ୍ଲାଦ ଭୋଇ, ବଲିଷ୍ଠ ଷଣ୍ଢ ଓ ସାଥି ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମ ଟିକୁ ଲାଦେରପାଲି ଗ୍ରାମର ଆବାଳବୃଦ୍ଧବନିତା ଏବଂ ଯୁବସମାଜ ସମ୍ପୂର୍ଣ୍ଣ ଭାବେ ସହଯୋଗ କରିଥିଲେ।

error: Content is protected !!