Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିନବ ନିର୍ବାଚିତ ସାଂସଦ ଓ ବିଧାୟକଙ୍କୁ ମହିଳା ମହାବିଦ୍ୟାଳୟରେ ସମ୍ବର୍ଦ୍ଧନା ।

ନବ ନିର୍ବାଚିତ ସାଂସଦ ଓ ବିଧାୟକଙ୍କୁ ମହିଳା ମହାବିଦ୍ୟାଳୟରେ ସମ୍ବର୍ଦ୍ଧନା ।

ବରପାଲି-ବରପାଲିଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟ ପରିସରରେ ନବନିର୍ବାଚିତ ବରଗଡ ସାଂସଦ ପ୍ରଦିପ ପୁରୋହିତ ଓ ବିଜେପୁର ବିଧାୟକ ସନତ ଗଡତିୟାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷା ପଦ୍ମିନୀ ଦାଶଙ୍କ ସଭାପତିତ୍ବରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଉଦଘାଟନ କରିଥିଲେ। ଏହି ଅବସରରେ ବରଣ୍ଯ ଅତିଥି ଭାବରେବିଜେପୁର ବିଧାୟକ ସନତ କୁମାର ଗଡତିଆ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବରେ ତହସିଲଦାର ରୁକ୍ମଣ ମେହେର,ବ୍ଲକ ଉନ୍ନୟନ ଅଧିକାରୀ ସୁମନ୍ତ କୁମ୍ଭାର,ବ୍ଲକ ଶିକ୍ଷା ଅଧିକାରୀ ମୁକୁନ୍ଦ ମାହାରା, ଥାନାଧିକାରୀ ଜୟାରଶ୍ମି ସେଠି ଓ ମହାବିଦ୍ୟାଳୟ ପ୍ରତିଷ୍ଠାତା ଅନ୍ତର୍ଯ୍ୟାମୀ ପଣ୍ଡା ପ୍ରମୁଖ ଯୋଗଦେଇ ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ।

ଛାତ୍ରୀ ମାନଙ୍କ ପକ୍ଷରୁ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ମାଧ୍ଯମରେ ସ୍ବାଗତ ଜଣାଇଥିଲେ। ପରେ ମହାବିଦ୍ୟାଳୟ ପରିସରରେ ଏକ ଚାରା ରୋପଣ କାର୍ଯ୍ଯକ୍ରମର ଆୟୋଜନ କରାଯାଇଥିଲା।ଅଧ୍ୟାପକ ଯତୀନ୍ଦ୍ର କୁମାର ସାହୁ, ନେପାଲ ବିଶ୍ଵାଳଙ୍କ ସମେତ ଅଧ୍ୟାପିକା ନିଳୀମା ନାୟକ,ପିଙ୍କି ବାରିକ୍, ଜ୍ୟୋତି ସାହୁ, ପୁନମ୍ ସାହୁ,ମନୀଷା ଭୋଇ, ଶୋଭାବତୀ ଥପା, ସସ୍ମିତା ମେହେର, ସହକର୍ମୀ ଶଶାଙ୍କ ଶେଖର ପଧାନ, ସାର୍ଥକ ପାଣିଗ୍ରାହୀ, ବିରେନ୍ଦ୍ର ଖଟୁଆ, ନୃପରାଜ୍ ଭୁଏ,ତ୍ରିପୁରା ବେହେରାଙ୍କ ସମେତ ଛାତ୍ରୀ ମାନେ ସହଯୋଗ କରିଥିଲେ।

error: Content is protected !!