Saturday, March 7, 2026
Homeରାଜ୍ୟନବୋଦୟ ପ୍ରବେଶିକା ପରୀକ୍ଷାରେ କୃତିତ୍ବ ।

ନବୋଦୟ ପ୍ରବେଶିକା ପରୀକ୍ଷାରେ କୃତିତ୍ବ ।

ପାଇକମାଲ-ମଙ୍ଗଳବାର ଷଷ୍ଠ ଶ୍ରେଣୀର ପାଇଁ ନବୋଦୟ ପ୍ରବେଶିକା ପରୀକ୍ଷା ଫଳ ପ୍ରକାଶ ପାଇଛି। ଏନେଇ ମାଣ୍ଡୋସିଲ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ୨ ଜଣ ଛାତ୍ରଛାତ୍ରୀ ପ୍ରବେଶିକା ପରୀକ୍ଷାରେ କୃତିତ୍ବ ଲାଭ କରିଛନ୍ତି। ପଞ୍ଚମ ଶ୍ରେଣୀର ଛାତ୍ରୀ ଟିକି କାରେ ଓ ଛାତ୍ର ବ୍ୟୋମକେଶ ମାଝୀ ଷଷ୍ଠ ଶ୍ରେଣୀକୁ ନାମ ଲେଖାଇବା ପାଇଁ ଉତ୍ତୀର୍ଣ୍ଣ ହୋଇଛନ୍ତି। ମାଣ୍ଡୋସିଲ ନିବାସୀ ଅବିର କାରେଙ୍କ ଝିଅ ଟିକି କାରେ ହୋଇଥିବା ବେଳେ ମୁଣ୍ଡାପଲା ନିବାସୀ ବେଣୁଧର ମାଝୀଙ୍କ ପୁଅ ବ୍ୟୋମକେଶ ମାଝୀ ଅଟନ୍ତି। ତାଙ୍କ ସଫଳତାରେ ଅଞ୍ଚଳରେ ଶୁଭେଚ୍ଛାର ସୁଅ ଛୁଟୁଛି।

error: Content is protected !!