Saturday, March 7, 2026
Homeରାଜ୍ୟନବୋଦୟ ପ୍ରବେଶିକା ପରୀକ୍ଷାରେ ସୁଶ୍ରୀ ପ୍ରତ୍ୟୁଷା ଉତ୍ତୀର୍ଣ୍ଣ।

ନବୋଦୟ ପ୍ରବେଶିକା ପରୀକ୍ଷାରେ ସୁଶ୍ରୀ ପ୍ରତ୍ୟୁଷା ଉତ୍ତୀର୍ଣ୍ଣ।

ପାଇକମାଳ(ବିଦ୍ୟାଧର ସାହୁ)- ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଲକ ପାଇକମାଳ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପଞ୍ଚମ ଶ୍ରେଣୀର ଛାତ୍ରୀ ସୁଶ୍ରୀ ପ୍ରତ୍ୟୁଷା ସାହୁ ଚଳିତ ବର୍ଷ ଜବାହାର ନବୋଦୟ ବିଦ୍ୟାଳୟର ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ନିଜର ତଥା ନିଜ ଅଂଚଳର ନାମ ଗୌରବାନ୍ବିତ କରିଛନ୍ତି । ପ୍ରତ୍ୟୁଷା ପିଲାବେଳରୁ ହିଁ ମେଧାବୀ ଅଟନ୍ତି, ପଢାଲେଖା ହଉ କି ଖେଳକୁଦ ଅବା ଅନ୍ୟାନ କାର୍ଯ୍ୟକଳାପରେ ନିଜକୁ ପ୍ରମାଣିତ କରି ସାରିଛନ୍ତି । ପ୍ରତ୍ୟୁଷାଙ୍କ ବାପା ଶିବଶଙ୍କର ସାହୁ ପେସାରେ ଜଣେ ଡାକ୍ତର ଏବଂ ମାତା ଶ୍ରୀମତୀ ସୁପ୍ରଭା ସାହୁ ଜଣେ ସୁଗୃହିଣୀ ଅଟନ୍ତି ।ବିଦ୍ୟାଳୟର ସମସ୍ତ ଶିକ୍ଷକ ଏବଂ ଶିକ୍ଷୟତ୍ରୀ, ତଥା ବାପା ମାଁଙ୍କ ପ୍ରଚେଷ୍ଠା ଏବଂ ନିଜର ଅକ୍ଲାନ୍ତ ପରିଶ୍ରମ ହିଁ ତାଙ୍କୁ ଉତ୍ତୀର୍ଣ୍ଣ କରିଛି ବୋଳି ସୁଶ୍ରୀ ପ୍ରତ୍ୟୁଷା ମତ ପ୍ରକାଶ କରିଛନ୍ତି ।

error: Content is protected !!