ପଦ୍ମପୁର – ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ସମୃଦ୍ଧ ଓ ସଶକ୍ତ ଓଡିଶା ଗଠନ ନିମନ୍ତେ ବିଜେଡି ସଂକଳ୍ପ ନେଇଛି ବୋଲି ଆଜି ପଦ୍ମପୁର ବିଜେଡି କାର୍ଯାଳୟ ଠାରେ ଅନୁଷ୍ଠିତ ସମ୍ବାଦିକ ସମ୍ମିଳନୀରେ ଦଲର ସାଧାରଣ ସମ୍ପାଦକ ରାଜୁ ଘିବେଲା କହିଛନ୍ତି । ସେ ବିଜେଡିର ଇସ୍ଥାହାର ସଂପର୍କରେ ସୂଚନା ଦେଇ କହିଥିଲେ ଯେ ଲୋକଙ୍କ ମତ ଅନୁସାରେ ଦଳ ନିର୍ବାଚନ ଇସ୍ତାହାର ପ୍ରକାଶ କରିଛି । ଲୋକ ଙ୍କୁ ୧୦୦ ୟୁନିଟ ମାଗଣା ବିଜୁଲୀ,୧୦ବର୍ଷ ପାଇଁ ୧ଲକ୍ଷ କୋଟି ର ଯୁବ ବଜେଟ,ମିଶନ ଶକ୍ତି ମାଁମାନଙ୍କୁ ପେନସନ ସହିତ ୧୫ଲକ୍ଷ ପର୍ଯ୍ୟନ୍ତ ବିନା ସୁଧ ରେ ଋଣ,୫ବର୍ଷ ରେ ୨ଲକ୍ଷ ସରକାରୀ ଚାକିରୀ ସୃଷ୍ଟି କରାଯିବ ବୋଲି କହିଥିଲେ ।ଦଲ ର ଏହି ଘୋଷଣା ପତ୍ର ଓଡିଶା ରେ ସୁବର୍ଣ୍ଣ ଯୁଗର ଭିତ୍ତି ସ୍ଥାପନ କରିବ ବୋଲି କହିଥିଲେ ।ସେହିପରି ପଦ୍ମପୁର କୁ ସ୍ୱତନ୍ତ୍ର ଜିଲ୍ଲା ଘୋଷଣା କରାଇ ନଦେବା ଏହା ବିରୋଧୀ ଦଳର ଚକ୍ରାନ୍ତ । ସେମାନେ ମୁଖ୍ୟମନ୍ତ୍ରୀ ଙ୍କ ଜନପ୍ରିୟତା କୁ ସହ୍ୟ କରି ନ ପାରି ଯୋରଜବରଦସ୍ତ ହାଇକୋର୍ଟ ରେ କେଶ କରି ଏହି ପ୍ରକିୟା କୁ ବନ୍ଦ କରିଦେଲେ ବୋଲି କହିବା ସହିତ କୋର୍ଟ ରହିତାଦେଶ ଉଠିଲା ପରେ ଜିଲ୍ଲା ସୁନିଶ୍ଚିତ ହେବ ବୋଲି କହିଥିଲେ । ସେହିପରି ପଦ୍ମପୁର ର ବିକାଶ ରେ ଉଭୟ କଂଗ୍ରେସ ଓ ଭାଜପା ନେତା ସହ୍ୟ କରି ନପାରି ଲୋକଙ୍କୁ ଠକୁଛନ୍ତି ବୋଲି କହିଥିଲେ । ଏହି ସାମ୍ବାଦିକ ସମ୍ମୀଳନୀରେ ବରିଷ୍ଠ ବିଜେଡି ନେତା ରାଜେନ୍ଦ୍ର ରାଉତ, ହୃଦାନନ୍ଦ ବାରିକ, ମହେଶ୍ୱର ପୁରୀ ଉପସ୍ଥିତ ଥିଲେ ।