ପଦ୍ମପୁର-ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଳକ ସଂକରୀ ଠାରେ ୟଙ୍ଗଷ୍ଠାର କ୍ରିକେଟ କ୍ଲବ ତରଫରୁ ନବମ ୟଙ୍ଗଷ୍ଠାର କ୍ରିକେଟ କପ ଅନୁଷ୍ଠିତ ହୋଇଯାଇଛି । ପାଂଚ ଦିନ ଧରି ଚାଲିଥିବା ଏହି ଟୁର୍ଣ୍ଣାମେଣ୍ଟରେ ସମୁଦାୟ ୩୨ ଗୋଟି ଦଳ ଅଂଶ ଗ୍ରହଣ କରିଥିଲେ । ଫାଇନାଲ ମ୍ୟାଚ ଛତିଶଗଡ ରାଜ୍ୟର ଚାରଭଟା ଓ ପାଇକମାଲ କଲୋନୀ ପଡା ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।

ପାଇକମାଲ କଲୋନୀ ପଡା ଦଳ ବିଜୟୀ ହୋଇଥିଲା । ଫାଇନାଲ ମ୍ୟାଚରେ ସମାଜସେବୀ ମୁଜାଫର ହୁସେନ ମୁଖ୍ୟ ଅତିଥି ଭାବରେ ଏବଂ ସଂରପଂଚ ଶାନ୍ତି ଥପା ଓ ସମିତିସଭ୍ୟ ହେମାନନ୍ଦ ଚୌଧୁରୀ ସମ୍ମାନିତ ଅତିଥି ଭାରେ ଯୋଗଦେଇ ବିଜେତା ଓ ଉପବିଜେତା ଦଳଙ୍କୁ ଟ୍ରଫି ପ୍ରଦାନ କରି ପୁରଷ୍କୃତ କରିଥିଲେ ।

