Friday, December 20, 2024
spot_imgspot_imgspot_img
Homeରାଜ୍ୟନବପ୍ରଭାତ ବିଦ୍ୟାୟତନ ଠାରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଲା ଅନୁଷ୍ଠିତ ।

ନବପ୍ରଭାତ ବିଦ୍ୟାୟତନ ଠାରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଲା ଅନୁଷ୍ଠିତ ।

ପଦ୍ମପୁର-ନବପ୍ରଭାତ ବିଦ୍ୟାୟତନ ଠାରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଲା ଅନୁଷ୍ଠିତ ହୋଇଥିଲା । ଏହି ବିଜ୍ଞାନ ପ୍ରଦର୍ଶନୀ କାର୍ଯ୍ୟକ୍ରମରେ ନବପ୍ରଭାତର ତିନୋଟି ଶାଖା ଯଥା -ନବପ୍ରଭାତ ବିଦ୍ୟାୟତନ, ନବପ୍ରଭାତ ଗୁରୁକୁଳ, ସ୍ୱର୍ଯ୍ୟୋତି କନ୍ୟା ଗୁରୁକୁଳର ଛାତ୍ରଛାତ୍ରୀ ମାନେ ୧୮୦ ଗୋଟି ପ୍ରକଳ୍ପ ସହ ଅଂଶଗ୍ରହଣ କରି ବିଜ୍ଞାନ କ୍ଷେତ୍ରରେ ତାଙ୍କର ଦକ୍ଷତା ପ୍ରଦର୍ଶନ କରିଥିଲେ l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବିଚାରପତି ଭାବେ ଅଞ୍ଚଳ ମହାବିଦ୍ୟାଳୟ ପଦ୍ମପୁରର ଉଦ୍ଭିଦ ବିଜ୍ଞାନ ବିଭାଗର ଅଧ୍ୟାପକ ଦୟାନିଧି ବଗର୍ତ୍ତୀ,

ବିନ୍ଧ୍ୟବାସିନୀ ମହାବିଦ୍ୟାଳୟ ପାଇକମାଲ ରସାୟନ ବିଭାଗର ଅଧ୍ୟାପକ ଫିରୋଜ କୁମାର ସାହୁ, ପଞ୍ଚାୟତ ସମିତି ଡ଼ିଗ୍ରୀ ମହାବିଦ୍ୟାଳୟ ଗାଇସିଲାଟର ଅଧ୍ୟାପକ ସୁବାଷ ଚନ୍ଦ୍ର ମାଝୀ, ଝିଟିକି ଗ୍ରାମପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମୁନିକେଲର ଅବସର ପ୍ରାପ୍ତ ଶିକ୍ଷକ ବଳରାମ ସାହୁ,ଇଚ୍ଛାପାଳି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ବିଜ୍ଞାନ ଶିକ୍ଷକ ଶ୍ରୀ ଲାବଣ୍ୟ ପଧାନ, ପଣ୍ଡରୀପାଳି ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଶ୍ରୀ ଦିଲ୍ଲୀପ ମିଶ୍ର ଯୋଗ ଦେଇ କୁନି ବୈଜ୍ଞାନିକ ମାନଙ୍କ ପ୍ରୋଜେକ୍ଟ ନିରିକ୍ଷଣ କରିଥିଲେ ।

ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ସଂସ୍ଥା, ଆମେରିକାର ବୈଜ୍ଞାନିକ ଶ୍ରୀଯୁକ୍ତ କାର୍ତ୍ତିକ ପଧାନ ନିଜର ସମ୍ଭାଷଣ ଦ୍ୱାରା ବିଦ୍ୟାର୍ଥୀ ମାନଙ୍କ ଦକ୍ଷତାର ପ୍ରଶଂସା କରି ବିଜ୍ଞାନ କ୍ଷେତ୍ରରେ ଆଗେଇବା ପାଇଁ ପଥ ପ୍ରଦର୍ଶନ କରିଥିଲେ । ସମ୍ମାନୀତ ଅତିଥି ଭାବେ ଅବସରପ୍ରାପ୍ତ ଏବିଇଓ ଶ୍ରୀଯୁକ୍ତ ପ୍ରେମାନନ୍ଦ ବାରିକ, ଅବସର ପ୍ରାପ୍ତ ବିଜ୍ଞାନ ଶିକ୍ଷକ ମହୀପାଳ ସ୍ୱାଇଁ, ନବପ୍ରଭାତ ପବ୍ଲିକ ଚାରିଟେବୁଲ ଟ୍ରଷ୍ଟର ସଭାପତି ଆଚାର୍ଯ୍ୟ ଭଗବାନ ଦେବ ଅଂଶ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମର ‘କ ‘ବିଭାଗର ବିଜେତା ଲକ୍ଷ୍ମୀକାନ୍ତ ସାହୁ, ସ୍ନେହା ମେହେର ଏବଂ ଆଭା ବଂଶଳ, ଆସିକା ସ୍ୱାଇଁ ଏବଂ ରିକା ସାହୁ, ‘ଖ’ ବିଭାଗର ଶ୍ରେୟା ବିଶ୍ୱାଳ, ସୁମିତ ଭୋଇ ଏବଂ ରୋହନ ନାୟକ, ଅମିତ ସେଠି

ଏବଂ ସଂଗ୍ରାମ ବେହେରା ‘ଗ ‘ ବିଭାଗର ବିଜେତା ଅନୁପମ ମେହେର, ଶ୍ରୀ ମେହେର ଏବଂ ପୂଜନ ପ୍ରଭା ଦଳେଇ, ‘ଘ ‘ ବିଭାଗର ବିଜେତା ଆରୋହୀ ମେହେର, ପ୍ରଭାସ ସାହୁ, ଅଙ୍କିତ ମେହେର, ‘ଙ ‘ ବିଭାଗର ବିଜେତା ଆରାଧ୍ୟା ପଧାନ, ତେଜସ ପଧାନ, ରିୟାଂଶ ସାହୁ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ଶ୍ରୀମତୀ ଲଷ୍ମୀକାନ୍ତି ଭୋଇ ମଞ୍ଚ ସଂଚାଳନ କରିଥିଲେ ଏବଂ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ତଥା ବିଦ୍ୟାଳୟର କର୍ମୀମାନେ କାର୍ଯ୍ୟକ୍ରମ ରେ ସହଯୋଗ ପ୍ରଦାନ କରିଥିଲେ ।ଏହି କାର୍ଯ୍ୟକ୍ରମର ଆୟୋଜକ ଥିଲେ ଶ୍ରୀ ନିରଞ୍ଜନ ମହାପାତ୍ର, ଶ୍ରୀଯୁକ୍ତ ରବିଶଙ୍କର ପଧାନ ଏବଂ ଶ୍ରୀ ଦେବାଶିଷ ନାୟକ । ପରିଶେଷରେ ଶ୍ରୀ ଦୀପକ କୁମାର ଭୋଇଙ୍କ ଧନ୍ୟବାଦ ଅର୍ପଣ ସହ କାର୍ଯ୍ୟକ୍ରମର ପରିସମାପ୍ତି ହୋଇଥିଲା l

error: Content is protected !!